ନକଲି ଉତ୍ପାଦ କାରବାର:ବର୍ଷକୁ ଲକ୍ଷେ କୋଟି ଘାଟା

Get real time updates directly on you device, subscribe now.

ନୂଆଦିଲ୍ଲୀ: ବଜାରରୁ ନକଲି ଉତ୍ପାଦ କିଣି ଗ୍ରାହକମାନେ କ୍ଷତିରେ ପଡୁଛନ୍ତି । ସେମାନଙ୍କୁ ଏଥିପାଇଁ କମ୍ ମୂଲ୍ୟ ଦେବାକୁ ପଡ଼ୁଛି ସତ । କିନ୍ତୁ ପରୋକ୍ଷରେ ଏହା ଭିନ୍ନ ସମସ୍ୟା ସୃଷ୍ଟି କରୁଛି । ଏହାଦ୍ୱାରା ସରକାରଙ୍କ ରାଜକୋଷକୁ ପ୍ରତିବର୍ଷ ୧ ଲକ୍ଷ କୋଟି ଟଙ୍କାର ପ୍ରଭାବ ପଡ଼ୁଛି । ଶିଳ୍ପ ସଂଘ ପକ୍ଷରୁ ରବିବାର ଏଭଳି କୁହାଯାଇଛି ।
ଶିଳ୍ପ ସଂଘ ଏଏସ୍ପିଏ (ଅଥେଣ୍ଟିକେସନ୍ ସଲ୍ୟୁସନ୍ ପ୍ରୋଭାଇଡର୍ସ ଆସୋସିଏସନ୍) ଦର୍ଶାଇଛି ଯେ ନକଲି ଉତ୍ପାଦ କାରବାର ରୋକିବା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରାଯିବା ଦରକାର । ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ । ନକଲି ଉତ୍ପାଦ ଚିହ୍ନଟ କରିବା ଲାଗି ସ୍ୱତନ୍ତ୍ର ପ୍ରଯୁକ୍ତିଗତ ପ୍ରତିକାର କରାଯିବା ଆବଶ୍ୟକ ।
ଏଏସ୍ପିଏ ସଭାପତି ନକୁଳ ପାସ୍ରିଚା କହିଛନ୍ତି, ଭାରତରେ ନକଲି ଉତ୍ପାଦ କାରବାର କରାଯିବା ଯୋଗୁ ବର୍ଷକୁ ୧.୦୫ ଲକ୍ଷ କୋଟି ଟଙ୍କା ରାଜସ୍ୱ ହାତଛଡ଼ା ହେଉଛି । ଏଭଳି କାରବାରକୁ ଯଦି ୫୦ଧ ରୋକାଯାଇ ପାରନ୍ତା, ତେବେ ବର୍ଷକୁ ୫୦,୦୦୦ କୋଟି ଟଙ୍କା ସଞ୍ଚୟ କରାଯାଇ ପାରନ୍ତା । ତାଙ୍କ କହିବାନୁଯାୟୀ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନକଲି ଉତ୍ପାଦ କାରବାର ଦେଖିବାକୁ ମିଳିଛି । କିନ୍ତୁ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଏହା ଅଧିକ ପରିମାଣରେ ରହିଛି । ସରକାର ଏହି କ୍ଷେତ୍ରରେ ନକଲି କାରବାରକୁ ରୋକିପାରିଲେ, ବିପୁଳ ରାଜସ୍ୱ ସଞ୍ଚୟ ହୋଇପାରନ୍ତା ଏବଂ ଲୋକମାନେ ଅସଲ ଔଷଧସାମଗ୍ରୀ ପାଇ ଉପକୃତ ହୋଇପାରନ୍ତେ ।
ଅର୍ଥନୈତିକ ସମନ୍ୱୟ ଓ ବିକାଶ ସଂଗଠନର ଏକ ରିପୋର୍ଟକୁ ଆଧାର କରି ପାସ୍ରିଚା କହିଛନ୍ତି, ଗତ କିଛି ବର୍ଷ ହେଲା ଭାରତରେ ନକଲି ସାମଗ୍ରୀ କାରବାର ଦ୍ରୁତ ବେଗରେ ବୃଦ୍ଧି ପାଇଛି । ସର୍ବମୋଟ ବିଶ୍ୱ ବାଣିଜ୍ୟରେ ନକଲି ଉତ୍ପାଦ କାରବାର ଅଂଶ ୩.୩ଧ ରହିଛି । ଏହାଯୋଗୁ ଅସଲି କମ୍ପାନି ଓ ସରକାରଙ୍କ ରାଜକୋଷକୁ ବିପୁଳ ପରିମାଣର କ୍ଷତି ସହିବାକୁ ପଡୁଛି । ଅନ୍ୟପକ୍ଷରେ ସଂଗଠିତ ଅପରାଧଗ୍ୟାଙ୍ଗ୍କୁ ଏହା ବିପୁଳ ଲାଭ ପ୍ରଦାନ କରୁଛି ।
ତାଙ୍କ କହିବାନୁଯାୟୀ ନକଲି ସାମଗ୍ରୀ କାରବାର ରୋକିବା ପାଇଁ ଆଜିକା ଦିନରେ ଅନେକ ପ୍ରଯୁକ୍ତି ଉପଲବ୍ଧ ରହିଛି । ସରକାର ସେଗୁଡ଼ିକର ଉପଯୋଗ କରିବା ଆବଶ୍ୟକ । ‘ଟ୍ରାକ୍’ ଓ ‘ଟ୍ରେସ୍’ ଭଳି ପ୍ରଯୁକ୍ତି ବ୍ୟବହାର କରି ନାଇଜେରିଆ ଔଷଧଭଳି ମୁଖ୍ୟ ସାମଗ୍ରୀର ନକଲି କାରବାରକୁ ବହୁ ପରିମାଣରେ ରୋକିପାରିନଥିଲା । ୩ ବର୍ଷ ମଧ୍ୟରେ ଏହା ୨୦ଧରୁ ୩.୫ଧକୁ ହ୍ରାସ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons