ଜଗତପୁର,(ବି.ବି.ନୁ୍ୟଜ): ଜଗତପୁର ନକଲି ସାମଗ୍ରୀ ଉପôାଦନର ପେଣ୍ଠସ୍ଥଳୀ ପାଲଟିଛି । ପୁଲିସ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ କରି କାରଖାନା ସିଲ୍ କରୁଛି । ଆଜି ଜଗତପୁର ପୁଲିସ ପକ୍ଷରୁ ଗୋଲେଇଛକ ପାଶ୍ୱର୍ ତାଳବଣିଆରେ ଏକ ଭଡା ଘରେ ଚାଲୁଥିବା ଗୁଟଖା ଓ ନିଶା ମୋଦକ ପ୍ରସ୍ତୁତ କାରଖାନା ଉପରେ ଚଢଉ କରାଯାଇଛି । ଚଢଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଗୁଟ୍ଖା ସମେତ ନିଶା ମୋଦକ ଜବତ ହୋଇଛି । ଏଥିସହ ପୁଲିସ କାରଖାନା ମାଲିକଙ୍କ ସମେତ ଜଣେ କର୍ମଚାରୀଙ୍କୁ ଅଟକ ରଖି ଛାନଭିନ୍ ଜାରି ରଖିଛି ।
ସୂଚନା ଅନୁସାରେ ଦୀର୍ଘ କିଛି ମାସ ହେଲା ଗୋଲେଇଛକ ପାଶ୍ୱର୍ ତାଳବଣିଆ ସ୍ଥିତ ଏକ ଭଡା ଘରେ ନକଲି ଗୁଟଖା ଓ ନିଶା ମୋଦକ ପ୍ରସ୍ତୁତ କରାଯାଉଥିଲା । ଉମାଶଙ୍କର ଭବନ ଲେଖାଥିବା ଏହି ଘରର ତଳ ମହଲାରେ ନକଲି କାରଖାନା ଚାଲିଥିବା ନେଇ ପୁଲିସକୁ ଖବର ମିଳିବା ପରେ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ଓ ଜୋନ୍୧ ଏସିପିଙ୍କ ମିଳିତ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା । କାରଖାନା ମାଲିକ ସମେତ ସହଯୋଗୀ କର୍ମଚାରୀକୁ ପଚରାଉଚରା ସମୟରେ ଘରେ ନକଲି କାରଖାନା ଚାଲିଥିବା ନେଇ ପୁଲିସ ନିଶ୍ଚିତ ହୋଇଯାଇଥିଲା । ଦୁଇଟି ବଡ଼ ଘରେ ଏହି କାରବାର ଚାଲିଥିଲା । ଗୋଟିଏ ଘରେ ନକଲି ଗୁଟଖା ପ୍ରସ୍ତୁତ ପାଇଁ ଦାମୀ ମେସିନ ରହିଥିବା ବେଳେ ଅନ୍ୟଟି ଗୋଦାମ ଘର ଭାବେ ବ୍ୟବହୃତ ହେଉଥିଲା । ପୁଲିସ ଯାଞ୍ଚ୍ ବେଳେ ମେସିନ ସମେତ ବଜାରରେ ବିକ୍ରି ପାଇଁ ମହଜୁଦ ଥିବା ବିପୁଳ ପରିମାଣର ଗୋକୁଳ ଓ କ୍ରିଷ୍ଣା ବ୍ରାଣ୍ଡ୍ର ଡିଲr ମିr ବ୍ରାଣ୍ଡ୍ ଲୋଗୋ ଥିବା ଗୁଟ୍ଖା ସମେତ ମୋଦି ଓ ରକେଟ୍ ବ୍ରାଣ୍ଡ୍ର ନିଶାଯୁକ୍ତ ମୋଦକ ପ୍ୟାକେଟ୍ ସମେତ ଏଥିରେ ମିଶାଯାଉଥିବା ବିଷାକ୍ତ କେମିକାଲ ପାଉଡର, ନିକୋଟିନ୍,ଜର୍ଦ୍ଧା,ପୋକରା ଗୁଆ ଓ ଭାଙ୍ଗ ଭଳି ମାଦକ ଦ୍ରବ୍ୟ ଭଳି କଞ୍ଚାମାଲ ଜବତ କରିଥିଲା । ଯାହାର ବ୍ୟବହାର ଅବଧି ମାସ ମାସ ପୂର୍ବରୁ ଶେଷ ହୋଇଯାଇଛି । ଯାହାକି କଟକ ସମେତ କେନ୍ଦ୍ରାପଡା,ଜଗସିଂହପୁର,ଯାଜପୁର,ଢେଙ୍କାନାଳ ଭଳି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଇ ମୋଟା ଅଙ୍କର ମୁନାଫା କମାଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.