ନକଲି ଟଙ୍କା ଦେଇ ବାଇକ କିଣିବା ବେଳେ ଧରାପଡ଼ିଲେ ଆଇନଜୀବୀ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ନକଲି ଟଙ୍କା ଦେଇ ଏକ ବାଇକ୍ କିଣୁଥିବାବେଳେ ପୁଲିସ୍ ହାତରେ ଧରାପଡିଛନ୍ତି ଜଣେ ଆଇନ୍ଜୀବୀ । ନୟାଗଡ଼ ଟାଉନ୍ ଥାନା ପୁଲିସ୍ ସୋ-ରୁମ ମଧ୍ୟରୁ ତାଙ୍କୁ କାବୁ କରି ତଦନ୍ତ କରୁଥିବାବେଳେ ତାଙ୍କ ନିକଟରୁ ଏକ ଲକ୍ଷ ୨୦ ହଜାର ଟଙ୍କା ଯାହାକି ୨୫୦ଟି ନକଲି ୫୦୦ଟଙ୍କିଆ ନୋଟ ସମେତ ୫ହଜାର ଟଙ୍କର ଅସଲି ନୋଟକୁ ପୁଲିସ୍ ଜବତ କରିଛି । ତେବେ ଆଇନ୍ଜୀବୀଙ୍କ ସାଥିରେ ଯାଇଥିବା ଅନ୍ୟ ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି । ଆଇନ୍ଜୀବୀ ଜଣକ ହେଲେ ଖଣ୍ଡପଡ଼ା ଥାନା କୋସ୍କା ଫାଣ୍ଡି ଶରଧାପୁର ଗ୍ରାମର ଦିବ୍ୟଅଞ୍ଜନ ହୋତା(୪୨) । ସେ ନୟାଗଡ଼ ସହରସ୍ଥିତ ରାଜାବଗିଚା ଭିତରେ ଏକ ଭଡ଼ା ଘର ନେଇ ରହୁଥିଲେ । ପୁଲିସ୍ ଭଡ଼ାଘର ଉପରେ ଚଢଉ କରି କମ୍ପୁ୍ୟଟର, ପ୍ରିଣ୍ଟର ମେସିନ୍ ସମେତ ଅନ୍ୟାନ୍ୟ କେତେକ ସରଞ୍ଜାମ ଜବତ କରିଥିବା ସୂଚନା ଦେଇଛି । ପୁଲିସ୍ଠାରୁ ପ୍ରକାଶ, ଦିବ୍ୟଅଞ୍ଜନ ଆଜି ଏକ ବାଇକ୍ କିଣିବାକୁ ଏକ ନିର୍ଦ୍ଧିଷ୍ଟ ସୋ-ରୁମକୁ ଯାଇଥିଲେ । ସେଠାରେ ଗାଡ଼ି ଦେଖି ପସନ୍ଦ ହେବା ପରେ ସୋରୁମ୍ ମାଲିକଙ୍କୁ ଏକ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ । ତେବେ, ଉକ୍ତ ଟଙ୍କା ଦେଖି ସୋ-ରୁମ୍ ପକ୍ଷରୁ ସନେ୍ଦହ ହେବାରୁ କର୍ମଚାରୀମାନେ ଟାଉନ୍ ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରୀ ଜୟଦୀପ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିବା ସହ ଦିବ୍ୟଅଞ୍ଜନ ଓ ତାଙ୍କ ସହିତ ଯାଇଥିବା ବ୍ୟକ୍ତିଙ୍କୁ ଥାନାକୁ ଆଣି ତଦନ୍ତ କରିଥିଲେ । ଜବତ ଟଙ୍କା ମଧ୍ୟରୁ ଏକ ଲକ୍ଷ ୨୫ ହଜାର ଟଙ୍କା ନକଲି ହୋଇଥିବାବେଳେ ୫ହଜାର ଟଙ୍କା ଅସଲି ବୋଲି ଥାନା ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଟାଉନ୍ ଥାନାରେ ୧୬୬/୨୦ନଂରେ ଏକ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons