ନକଲି ମଦ କାରଖାନା ଉପରେ ଚଢ଼ଉ: ୩ ଗିରଫ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସହର ସ୍ଥିତ ଗିରିଜାଟୋଲିରେ ଥିବା ଏକ ନକଲି ବିଦେଶୀ ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ଉ କରିଛି । ସମ୍ବଲପୁର ଅବକାରୀ ବିଭାଗର ସୂଚନା ଆଧାରରେ ରାଉରକେଲା ଅବକାରୀ ପୋଲିସ ଓ ସମ୍ବଲପୁର ଗୁଇନ୍ଦା ଟିମ୍ ମିଳିତ ଭାବେ ଏହି ଚଢ଼ଉ କରିଥିଲେ । ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ , ଖାଲି ବୋତଲ, ଠିପି ଓ ବୋତଲ ସିଲିଂ ମେସିନ୍ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ଜମୁନା ଭୂମିଜ୍, ପାହାଲ ସିଂହ ଓ ରୁବେନ୍ ମାଝିଙ୍କୁ ଗିରଫ କରିଛି । ହେଲେ ଘଟଣାସ୍ଥଳରୁ ମାଷ୍ଟରମାଇଣ୍ଡ ଅନୀଲ ସାହୁ ଫେରାର ହୋଇଯାଇଛି । ଅନୀଲକୁ ଧରିବାକୁ ଉଦ୍ୟମ ଚାଲିଥିବା ଅବକାରୀ ବିଭାଗ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons