ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଁ ଆଇପିଏସ୍ ଶର୍ମିÂା କହୁଛି… । କଟକ-ପୁରୀ ବାଇପାସ୍ ରୋଡ୍ରେ ଡୁ୍ୟଟି କରୁଥିବା ଅମକ କନ୍ଷ୍ଟେବଲ୍ଙ୍କୁ ଭଲ ଜାଗାରେ ପୋଷ୍ଟିଙ୍ଗ୍ କର… । ନହେଲେ ପରେ ଯାହା ହେବ ମତେ କହିବନି… । ରିଜର୍ଭ ପୁଲିସକୁ ଏମିତି ଅର୍ଡର ଦେଉଥିବା ଜଣେ ନକଲି ମହିଳା ଆଇପିଏସ୍ଙ୍କ କାରନାମା ପଦାକୁ ଆସିଛି । ସେ ହେଉଛନ୍ତି କ୍ୟାପିଟାଲ୍ ଥାନା ଅଧୀନ ଫରେଷ୍ଟ ପାର୍କରେ ରହୁଥିବା ଶର୍ମିÂା ବେହେରା (୩୦) । ପୁଲିସ୍ ତାଙ୍କ ଠାରୁ ନକଲି ବନ୍ଧୁକ, ଆଇ କାର୍ଡ, ପୁଲିସ ପୋଷାକ ଜବତ କରିଛି । ଶର୍ମିÂା ଗର୍ଭବତୀ ଥିବାରୁ ପୁଲିସ୍ ତାକୁ କୋର୍ଟ ଚାଲାଣ ନ କରି ନୋଟିସ୍ ଧରାଇ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ପୂରା ଘଟଣା ହେଉଛି… ଶର୍ମିÂା ଜଣେ ଉଚ୍ଚ ଶିକ୍ଷିତା । ତାଙ୍କ ଘର ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରେ । ସେ ଭଦ୍ରକର ଭଣ୍ଡାରୀପୋଖରୀ ଅଞ୍ଚଳରେ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ କନ୍ଷ୍ଟେବଲ । ସେ କମିଶନରେଟ୍ ପୁଲିସରେ କାର୍ଯ୍ୟରତ ଅଛନ୍ତି । ଶର୍ମିÂା ଏବେ ଫରେଷ୍ଟପାର୍କ ଅଞ୍ଚଳରେ ଘର ଭଡ଼ା ନେଇ ରହିବା ସହ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଇପିଏସ୍ ହେବାକୁ ତାଙ୍କର ଭାରି ଇଚ୍ଛା । ଏମିତି କି ସେ ପୁଲିସ୍ ପୋଷାକ ଓ ଖେଳନା ବନ୍ଧୁକ କିଣି ନିଜ ପାଖରେ ରଖିଛନ୍ତି । ୧୫ ଦିନ ତଳେ ସେ ରିଜର୍ଭ ଇନ୍ସପେକ୍ଟର (ଆର୍ଆଇ) ବିଜୟ ରତନମ୍ଙ୍କୁ ଫୋନ୍ କରି ସେ ନିଜକୁ ଆଇପିଏସ୍ ଶର୍ମିÂା ବୋଲି ପରିଚୟ ଦେଇଥିଲେ । ଆଉ କହିଥିଲେ, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀରେ ସେ ଟ୍ରେନିଂ ଦେଉଥିଲେ । କରୋନା ପାଇଁ ମତେ ଏବେ କମିଶନରେଟ୍ ପୁଲିସ୍ ଅଧୀନରେ ସ୍ୱତନ୍ତ୍ର ଭାବେ ପୋଷ୍ଟିଂ କରାଯାଇଛି । ଏହା ଶୁଣି ଆର୍ଆଇ ବିଜୟ ତାଙ୍କୁ ସମ୍ମାନ ଦେଇ କଥା ହୋଇଥିଲେ । ଶର୍ମିÂା କିଛି କନ୍ଷ୍ଟେବଲ୍ଙ୍କୁ ରିଜର୍ଭ ଅଫିସ୍ରେ ଡୁ୍ୟଟି ପକାଇବାକୁ ବିଜୟଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତାଙ୍କ ଅର୍ଡରକୁ ଅକ୍ଷରେ ଅକ୍ଷରେ ମାନି ବିଜୟ ସମ୍ପୃକ୍ତ କନ୍ଷ୍ଟେବଲ୍ମାନଙ୍କ ଡୁ୍ୟଟିକୁ ତାଙ୍କ ଅଫିସ୍କୁ ବଦଳାଇ ଥିଲେ ।
ଶର୍ମିÂାଙ୍କ ଏମିତି ନଖରାମୀର ତାଲିକା ଆହୁରି ଲମ୍ବା ରହିଛି । ସେ ଏକ କାର୍ରେ ସହରରେ ବୁଲିବା ସହ କେଉଁଠି କେମିତି ଚେକିଂ ହେଉଛି ତାକୁ ଜଣେ ଆଇପିଏସ୍ ଅଧିକାରୀ ଢଙ୍ଗରେ ପରଖୁଥିଲେ । ବେଳେବେଳେ ଲୋକଙ୍କୁ ମାଗଣାରେ ସାନିଟାଇଜର ବାଣ୍ଟୁଥିଲେ । ସେହିଭଳି ବିଜୟଙ୍କୁ ଫୋନ୍ରେ ଅର୍ଡର ଦେଇ ନିଜ ଘରକୁ ଅତ୍ୟାବଶ୍ୟକ ଜିନିଷ ମଗାଉଥିଲେ । ଏହି ଲେଡି ଆଇପିଏସ୍ ନାଟକ ଦୀର୍ଘ ୧୫ ଦିନ ଧରି ଚାଲିଥିଲେ ହେଁ କେହି ଜାଣି ପାରିନଥିଲେ ।
ଦୁଇ ଦିନ ତଳେ ଶର୍ମିÂା ଜଣେ କନ୍ଷ୍ଟେବଳଙ୍କ ବଦଳି ପାଇଁ ବିଜୟଙ୍କୁ ଫୋନ୍ କରି କହିଥିଲେ । ବିଜୟ ତାଙ୍କୁ କହିଥିଲେ, ବରିÂ ଅଧିକାରୀଙ୍କ ଛଡ଼ା ଏହି କାମ ଆଉ କେହି କରିପାରିବେ ନାହିଁ । ଗତକାଲି ଅପରାହ୍ଣରେ ଶର୍ମିÂାଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ଡିସିପି ଅନୁପ ସାହୁଙ୍କୁ ଫୋନ କରି ନିଜକୁ ଆଇପିଏସ୍ ବୋଲି ପରିଚୟ ଦେଇ ଲକ୍ଡାଉନ୍ ଯାଞ୍ଚ ସମ୍ପର୍କିତ ନାନାଦି କଥା ପଚାରିଥିଲେ । ଏପରିକି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତାବମାନ ଦେଇଥିଲେ । ଥଟ୍ଟାମଜା କରୁଥିବା ଠଉରାଇ ଡିସିପି ଶ୍ରୀ ସାହୁ ତାଙ୍କ କଲ୍କୁ କାଟି ଦେଇଥିଲେ । ଏମିତି ବାରମ୍ବାର ଫୋନ୍ କରି ହଇରାଣ କରିବାରୁ ଡିସିପି ଶ୍ରୀ ସାହୁ ତାଙ୍କୁ ଧରିବାକୁ ଯୋଜନା କରିଥିଲେ । ସ୍ପେଶାଲ୍ ସ୍କ୍ୱାଡ୍ ଉକ୍ତ ଫୋନ୍ ନମ୍ବର ଟ୍ରାକିଂ କରି ଶର୍ମିÂା ଫରେଷ୍ଟପାର୍କ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲା । ପରେ ମହିଳା ଥାନା ପୁଲିସ ସହାୟତାରେ ତାଙ୍କୁ ଘରୁ ଉଠାଇ ଆଣି ମହିଳା ଥାନାରେ ରଖାଯାଇଥିଲା । ଶର୍ମିÂା ଗର୍ଭବତୀ ଥିବା ଦେଖି ପୁଲିସ ପକ୍ଷରୁ ତାଙ୍କପ୍ରତି କୋହଳ ମନୋଭାବ ଦେଖାଇଥିଲେ । କ୍ୟାପିଟାଲ ଥାନା ପୁଲିସ୍ ଶର୍ମିÂାଙ୍କୁ କୋର୍ଟ ଚାଲାଣ ନ କରି ସିଆରପିସି ଧାରା ୪୧ରେ ନୋଟିସ୍ ଧରାଇ ତାଙ୍କୁ ଛାଡ଼ି ଦେଇଥିଲା ।
Comments are closed, but trackbacks and pingbacks are open.