
କୋରାପୁଟ/ମାଲକାନଗିରି, (ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଗୁଇନ୍ଦା ସୂଚନା ମିଳିଥିଲା ଛତିଶଗଡ଼ ବିଜାପୁରର ଘଞ୍ଚ ଜଙ୍ଗଲରେ ସିପିଆଇ-ମାଓବାଦୀ ଟାକ୍ଟିକାଲ ୱିଙ୍ଗ ବାଟାଲିୟନ-୧ର ଦୁର୍ଦ୍ଧାନ୍ତ କ୍ୟାଡରମାନେ ପ୍ରଶିକ୍ଷଣ ନେଉଛନ୍ତି । ଏହାର ନେତୃତ୍ୱ ନେଇଛନ୍ତି ଦୁର୍ଦ୍ଧାନ୍ତ ନକ୍ସଲ ନେତା ହିଡ଼ମା ଓ ସୁଜାତା । ସେମାନଙ୍କ ଉପରେ ଅଚାନକ ହମଲା କରିବାକୁ ପ୍ରାୟ ଦେଢ଼ ହଜାର ଯବାନ ଶୁକ୍ରବାର ରାତିରେ ଜଙ୍ଗଲରେ ପଶିଥିଲେ । କିନ୍ତୁ ସତର୍କ ନକ୍ସଲ ଆମ୍ବୁସ ଲଗାଇ ଜଗିଥିଲେ । ସେମାନଙ୍କ ରକ୍ତମୁଖା ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ୩୧ ଜଣ ଆହତ ହୋଇଛନ୍ତି ଏବଂ ଜଣେ ନିଖୋଜ ଅଛନ୍ତି । ଗୁଳି ବିନିମୟରେ ପ୍ରାୟ ୧୨ ଜଣ ନକ୍ସଲ ନିହତ ହୋଇଥିବା କହିଛନ୍ତି ସିଆରପିଏଫ ଡିଜି ।
ଏହି ଗୁଳି ବିନିମୟରେ ୭ ଜଣ କୋବ୍ରା ଯବାନ, ୮ ଜଣ ଡିଆରଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନ, ୬ ଜଣ ଏସଟିଏଫ ଯବାନ ଏବଂ ବସ୍ତରିୟା ଡିଭିଜନର ଜଣେ ଯବାନ ସହିଦ ହୋଇଛନ୍ତି । ଜଣେ କୋବ୍ରା ଯବାନ ରାକେଶ୍ୱର ସିଂ ଏବେବି ନିଖୋଜ ଅଛନ୍ତି । ୧୮ ଜଣ ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ୧୩ ଜଣ ଗୁରୁତର ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।
ସୁରକ୍ଷା ଏଜେନ୍ସିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନକ୍ସଲମାନେ ଅତି ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ । ସେମାନେ ହିଁ ବିଜାପୁର-ସୁକମା ଜିଲା ସୀମାରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ନିଜର ଏଜେଣ୍ଟଙ୍କ ଜରିଆରେ ସୁରକ୍ଷା ଏଜେନ୍ସିଙ୍କୁ ଦେଇଥିଲେ । ସେହି ସୂଚନାକୁ ସତ ଭାବି ସିଆର୍ପିଏଫ୍ର କୋବ୍ରା ବାଟାଲିୟନ, ବସ୍ତରିୟା ବାଟାଲିୟନ, ଛତିଶଗଡର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କଫୋର୍ସର ପ୍ରାୟ ଦେଢ଼ ହଜାର ଯବାନ ତିନି ଦିଗରୁ ଶୁକ୍ରବାର ରାତି ନକ୍ସଲଙ୍କ ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ଦକ୍ଷିଣ ବସ୍ତରର ଜାଗରଗୁଣ୍ଡା-ଜୋଙ୍ଗାଗୁଡା-ତାରେମ ଅଞ୍ଚଳର ପ୍ରବେଶ କରିଥିଲେ । କିନ୍ତୁ ସେମାନେ ନକ୍ସଲମାନଙ୍କ ଯୋଜନାରେ ଫସିଯାଇଥିଲେ । ପ୍ରାୟ ୪୦୦ ନକ୍ସଲ ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ସେଠାରେ ‘ୟୁ’ଆକୃତିରେ ତିନି ପାଶ୍ୱର୍ରେ ଉଚ୍ଚ ସ୍ଥାନରୁ ଆମ୍ବୁସ ଲଗାଇ ଲୁଚି ବସିଥିଲେ ।
ଶନିବାର ଦ୍ୱିପ୍ରହର ସମୟରେ ଏକ ସମତଳ ଅଞ୍ଚଳରେ ଯବାନମାନେ ଯାଉଥିବା ବେଳେ ନକ୍ସଲ କରିଥିଲେ ହମଲା । ଆକ୍ରମଣର ପ୍ରତିଜବାବ ଦେବାକୁ ସୁରକ୍ଷାକର୍ମୀମାନେ ଯଥାସମ୍ଭବ ଉଦ୍ୟମ କରିଥିଲେ । ପ୍ରାୟ ୪ରୁ ୫ ଘଣ୍ଟାଧରି ଗୁଳି ବିନିମୟ ଜାରି ରହିଥିଲା । ସଂଘର୍ଷ ବେଳେ କିଛି ଯବାନ ପାଖରେ ଥିବା ଗାଁକୁ ଯାଇ ପୋଜିସନ ନେବାକୁ ଚେଷ୍ଟା କରିବାରୁ ନକ୍ସଲମାନେ ସେମାନଙ୍କୁ ପିଛା କରି ଆକ୍ରମଣ କରିଥିଲେ । ନକ୍ସଲମାନେ ଆଇଇଡି, ଏଲ୍ଏମ୍ଜି (ଲାଇଟ୍ ମେସିନ୍ ଗନ୍) ଓ ରକେଟ ଲଞ୍ଚର ବ୍ୟବହାର କରିଥିଲେ । କିଛି ସ୍ଥାନରେ ଗୁପ୍ତ ଭାବେ ରଖାଯାଇଥିବା ଏଲଏମଜି ବ୍ୟବହାର ଯୋଗୁ ଯବାନମାନଙ୍କର ଅ%ôକ କ୍ଷତି ହୋଇଥିଲା । ଗୋଟିଏ ଗ୍ରୁପର ଯବାନଙ୍କୁ ତିନି ପାଶ୍ୱର୍ରୁ ନକ୍ସଲ ଘେରିଥିବାରୁ ଅନ୍ୟ ଗ୍ରୁପରେ ଥିବା ଯବାନମାନେ ସେମାନଙ୍କୁ ସହାୟତା କରିପାରି ନଥିଲେ । ଫଳରେ ଗୁଳି ଶେଷ ହେବା ପର୍ଯ୍ୟନ୍ତ ଯବାନମାନେ ଲଢେ଼ଇ କରିଥିଲେ ।
ଆହତ ହୋଇଥିବା କେତେକ ଯବାନ କହିଛନ୍ତି, କୋବ୍ରା ଯବାନଙ୍କ ବୀରତ୍ୱ ଯୋଗୁ ଆହତ ଯବାନଙ୍କ ଜୀବନ ବର୍ତ୍ତି ଯାଇଥିଲା । ବିଭିନ୍ନ ସ୍ଥାନରେ ପୋଜିସନ ନେଇ ସେମାନେ ଗୁଳି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ନକ୍ସଲଙ୍କ ମୁକାବିଲା କରିଥିଲେ । ଗୁଳିମାଡ଼ ଯୋଗୁ ଉକ୍ତ ଅଞ୍ଚଳରେ ହେଲିକପ୍ଟର ଓହ୍ଲାଇବା ମଧ୍ୟ ସମ୍ଭବ ହୋଇ ନଥିଲା । ନକ୍ସଲମାନେ ପଳାଇ ଯିବା ପରେ ଅପରାହ୍ଣ ୫ଟାରେ ସେହି ସ୍ଥାନରୁ କିଛି ଦୂରରେ ହେଲିକପ୍ଟର ଓହ୍ଲାଇଥିଲା ଏବଂ ଆହତ ଯବାନ ଓ ୫ ସହିଦଙ୍କ ମୃତଦେହ ଆଣିଥିଲା । କିନ୍ତୁ ରାତି ହୋଇଯିବାରୁ ଆଉ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ନଥିଲା ।
ଆଜି ଉକ୍ତ ଅଞ୍ଚଳରେ ଅ%ôକ ଯବାନ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ପ୍ରାୟ ୨ କିମି ପରିମିତ ଅଞ୍ଚଳରେ ଯବାନମାନଙ୍କ ମୃତଦେହ ବିଛେଇ ହୋଇ ପଡ଼ିଥିଲା । ଆଉ ୧୭ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନକ୍ସଲମାନେ ମୃତାହତ ଯବାନଙ୍କର ସମସ୍ତ ଅତ୍ୟା%ୁନିକ ଅସ୍ତ୍ରଶସ୍ତ୍ର, ଏମିତିକି ୟୁନିଫର୍ମ ବି ସେମାନଙ୍କ ଶରୀରରୁ ଖୋଲି ନେଇଯାଇଥିଲେ । ଗୋଟିଏ ଗଛ ପଛରେ ୭ ଜଣ ଯବାନଙ୍କ ମୃତଦେହ ପଡ଼ିଥିଲା । ଗଛଟି ଗୁଳିମାଡ଼ରେ ଛିନ୍ଛତ୍ର ହୋଇଯାଇଛି । ୧୨ ଜଣ ନକ୍ସଲ ନିହତ ହୋଇଥିବା କୁହାଯାଉଥିବା ବେଳେ ୧୬ ଜଣ ଆହତ ମଧ୍ୟ ହୋଇଥିବା ଅନୁମାନ କରାଯାଉଛି । ମହିଳା କମାଣ୍ଡର ମାଡୱି ବନୋଜାର ମୃତଦେହ ଗୁଳି ବିନିମୟ ସ୍ଥଳରୁ ମିଳିଛି । ତିନୋଟି ଟ୍ରାକ୍ଟରରେ ନକ୍ସଲମାନେ ମୃତାହତ ସାଥୀଙ୍କୁ ନେଇ ଯାଇଥିବା କୁହାଯାଉଛି ।
ଆଜି ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଥିଲାବେଳେ ନକ୍ସଲମାନେ ପୋତିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି ।
ଶନିବାର ଯେଉଁ ଗାଁ ନିକଟରେ ସଂଘର୍ଷ ଘଟିଛି ତାହା ନକ୍ସଲ ନେତା ହିଡମାର ଗାଁ । ହିଡ୍ମା ପୂର୍ବରୁ ସିଆର୍ପିଏଫ୍ ଯବାନମାନଙ୍କ ଉପରେ ହୋଇଥିବା ଆଉ କିଛି ବଡ଼%ରଣର ଆକ୍ରମଣରେ ସାମିଲ ଅଛି । କେତେକ ରିପୋର୍ଟରେ ଦାବି କରାଯାଇଛି କି ଏହି ଅପରେସନରେ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା କିଛି ବଡ଼%ରଣର ଭୁଲ ହୋଇଛି । ସେମାନଙ୍କ ନିକଟରେ ଗତ ୨୦ ଦିନ ହେଲା ସୂଚନା ଥିଲା ଯେ ବିଜାପୁର ଜଙ୍ଗଲରେ ନକ୍ସଲମାନଙ୍କ ଗତିବି%ô ଲକ୍ଷ୍ୟ କରାଯାଇଛି । ହେଲେ ତା’ ସତ୍ତେ୍ୱ ୪୦୦ ନକ୍ସଲ ଏକତ୍ର ହୋଇ ଏଭଳି ଆକ୍ରମଣ କରିବା ଯୋଜନା ସମ୍ପର୍କରେ ସେମାନେ ଆଗୁଆ ସୁରାକ୍ କେମିତି ପାଇପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି ।
ସିଆର୍ପିଏଫ୍ର ଜଣେ ବରିÂ ଅ%ôକାରୀ ନଳିନୀ ପ୍ରଭାତଙ୍କ ଅପାରଗତା ଯୋଗୁ ଏପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା ବୋଲି କୁହାଯାଉଛି । ପୂର୍ବରୁ ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସିଆର୍ପିଏଫ୍ର ୭୬ ଜଣ ଯବାନ ସହିଦ ହେଲାବେଳେ ସେ ସେଇ ଅଞ୍ଚଳ ପାଇଁ ଡିଆଇଜି ଭାବେ କାମ କରୁଥିଲେ । ଏବେ ସେ ଉକ୍ତ ଅଞ୍ଚଳରେ ସିଆର୍ପିଏଫ୍ର ଆଇଜି( ଅପରେସନ) ଭାବେ ନିୟୋଜିତ ଥିଲାବେଳେ ପୁଣି ଏଭଳି ଘଟଣା ଘଟିଛି । ଏହି ଅପରେସନକୁ ଦୁଇଜଣ ଆଇଜି ର୍ୟାଙ୍କର ଅ%ôକାରୀ ଓ ସିଆରପିଏଫର ବରିÂ ଅ%ôକାରୀ ପରିଚାଳନା କରୁଥିଲେ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଘଟଣାର ସମୀକ୍ଷା କରିଛନ୍ତି । ବୈଠକରେ ସିଆର୍ପିଏଫ୍ର ସ୍ପେଶାଲ ଡିଜି ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିÂ ଅ%ôକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ନକ୍ସଲମାନଙ୍କ ବିରୋ%ରେ ବଡ଼%ରଣର କାର୍ଯ୍ୟାନୁÂାନ ଗ୍ରହଣ କରାଯିବା ଉପରେ ଚର୍ଚ୍ଚା ହୋଇଥିବାର କୁହାଯାଉଛି । ଶାହ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଆକ୍ରମଣର ଉଚିତ୍ ସମୟରେ ଦୃଢ ଜବାବ ଦିଆଯିବ । ଶାହଙ୍କ ନିଦେ୍ର୍ଧଶରେ ସିଆର୍ପିଏଫ୍ର ମହାନିଦେ୍ର୍ଧଶକ ଛତିଶଗଡ଼ ଯାଇ ଘଟଣା ସମ୍ପର୍କରେ ଛାନ୍ଭିନ୍ କରିଛନ୍ତି । ଏହି ଆକ୍ରମଣର ତଦନ୍ତ ଦାୟିତ୍ୱ ଏନଆଇଏକୁ ଦିଆଯାଇପାରେ ବୋଲି କୁହାଯାଉଛି ।
ଅପରପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଆସାମରେ ନିର୍ବାଚନ ପ୍ରଚାର ଛାଡ଼ି ରାୟପୁର ଫେରି ଆସିଛନ୍ତି । ଆଜି ସେ ରାମକ୍ରିଷ୍ଣ କେୟାର ହସ୍ପିଟାଲରେ ଆହତ ଯବାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ସ୍ମରଣଯୋଗ୍ୟ, ୨୦୧୦ ମସିହା ଏପ୍ରିଲ ମାସରେ ଛତିଶଗଡ଼ର ଦାନ୍ତେୱାଡା ଅଞ୍ଚଳରେ ନକ୍ସଲଙ୍କ ପ୍ରଚଣ୍ଡ ହମଲାରେ ୭୬ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଅନେକ ଅଫିସର ର୍ୟାଙ୍କର ଅ%ôକାରୀ ମଧ୍ୟ ଥିଲେ । ନକ୍ସଲ ଇତିହାସରେ ଏହା ଥିଲା ଯବାନଙ୍କ ଉପରେ ସବୁଠାରୁ ବଡ଼ ହମଲା ।


Comments are closed, but trackbacks and pingbacks are open.