ରାୟଗଡ଼ା: ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍ଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଜି.ଶ୍ରୀକାନ୍ତ କୁମାର। ଗତକାଲି ବିଷମକଟକ ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି।
ଜି.ଶ୍ରୀକାନ୍ତ କୁମାର ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର ଅଞ୍ଚଳର ଶବନ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ।
ତେବେ ସେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍ ବୋଲି ଜଣାପଡ଼ିବା ପରେ ଶବନ ପୁଲିସ୍କୁ ଜଣାଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୋଟିଏ ନାଇନ୍ ଏମ୍ଏମ୍ ପିସ୍ତଲ, ୨୪ ରାଉଣ୍ଡ ଗୁଳି ସହ ୩ଟି ମୋବାଇଲ୍ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି।
Comments are closed, but trackbacks and pingbacks are open.