ନଦୀକୁ ଖସି ପଡ଼ିଲା ଟ୍ରକ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ପୋଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଉଚ୍ଛୁରା ନଦୀରେ ଓଲଟି ପଡିଲା ଏକ ମାଲ ବୋଝେଇ ଟ୍ରକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ନଦୀ ପୋଲରେ । ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଛନ୍ତି । ଟ୍ରକଟି ଏବେବି ନଦୀରେ ରହିଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଆନ୍ଧ୍ରରୁ ଏକ ମାଲ ବୋଝେଇ ଟ୍ରକ ମାଲକାନଗିରି ଅଭିମୁଖେ ଆସୁଥିଲା । ତେବେ କାଙ୍କରକୋଣ୍ଡା ପୋଲ ଉପରେ ପାଣି ଚାଲୁଥିବାରୁ ଟ୍ରକଟି ସେଠାରେ କିଛି ସମୟ ରହିଯାଇଥିଲା । ପରେ ଲୋକେ ମନା କରିବା ରୁ ଡ୍ରାଇଭର ପାଣି ଉପର ଦେଇ ଟ୍ରକକୁ ନେବାକୁ ଚେଷ୍ଟା କରିଥିଲେ । ଟ୍ରକଟି ପୋଲ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଲା । ଡ୍ରାଇଭର ଓ ହେଲପରଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ମାଲକାନଗିରି ଜିଲ୍ଲାରେ ଏବେବି ଲଗାଣ ବର୍ଷା ଲାଗି ରହିଛି । ଯାହା ଦ୍ୱାରା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons