ନଦୀପଠାରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

Get real time updates directly on you device, subscribe now.

କୋଣାର୍କ: ପୁରୀ ଜିଲ୍ଲା ଦେବୀ ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । କାକଟପୁର ଥାନା ବାଉରିଆକଣ ଗାଁର ନାବାଳିକା ଜଣକ ଗତକାଲିଠୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ଦେବୀନଦୀରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ । ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଛି । ନାବାଳିକା ବ୍ୟବହାର କରୁଥିବା ମୋବାଇଲ ଫୋନ ଯାଞ୍ଚ କରିଥିଲେ ।
ନିଖୋଜ ପୂର୍ବରୁ ନାବାଳିକା ଜଣକ ଗାଁ ନିକଟ ପାଣି ଟାଙ୍କିରେ କାମ କରୁଥିବା ଜଣେ ଯୁବକଙ୍କ ପାଖକୁ ୨ଟି କଲ କରିଥିଲେ । ଫୋନ କଲ ଆଧାରରେ ସେହି ଯୁବକକୁ ଧରିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରଯାଉଥିବା ବେଳେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons