ନଦୀରୁ କଙ୍କାଳ ଉଦ୍ଧାର

Get real time updates directly on you device, subscribe now.

ଦେଓଗାଁ,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁରେ ଜଣେ ନାବାଳକ ନିଖୋଜ ହୋଇଥିବା ବେଳେ ଗତକାଲି ଗାଁ ମୁଣ୍ଡରେ ଏକ କଟାଗୋଡ଼ ମିଳିବା ପରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଥିଲା । ଆଜି ଏନେଇ ପୁଲିସ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା । ତଦନ୍ତ ବେଳେ ଗାଁର ସୋନଗଡ଼ ନଦୀରୁ ଏକ ମୃତଦେହ(କଙ୍କାଳ) ଉଦ୍ଧାର ହୋଇଛି । ନିଖୋଜ ନାବାଳକଙ୍କ ପରିବାର ଲୋକେ ଉଦ୍ଧାର ଶବ ତାଙ୍କ ପୁଅର ବୋଲି ଦାବି କରିଛନ୍ତି । ତେବେ ଏନେଇ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଗୁପ୍ତଧନ ପାଇଁ ବଳି, କାହାର ପ୍ରେମ ସଂପର୍କ ଦେଖିବା ପରେ ହତ୍ୟା କିମ୍ବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ମୃତୁ୍ୟ ହୋଇଥାଇପାରେ ବୋଲି ପୁଲିସ ସନେ୍ଦହ କରିଛି । ଏଣୁ ପୁଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି ।
ସୂଚନାମୁତାବକ, ଗତ ୨୨ ତାରିଖରେ ଦେଓଗାଁ ଥାନା ସିଲେଟକାନୀ ଗାଁର ଉଗ୍ରସେନ ବଗର୍ତ୍ତିଙ୍କ ପୁଅ ବାବୁଲାଲ(୧୧) ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଗତ ମଙ୍ଗଳବାର ଗାଁର ଶେଷମୁଣ୍ଡରେ ଏକ କଟାଗୋଡ ପଡିଥିବା ଦେଖି ଗ୍ରାମବାସୀ ଥାନାକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଉକ୍ତ ଗାଁକୁ ଦେଓଗାଁ ଥାନାଧିକାରୀ ରଞ୍ଜନ କୁମାର ବରିହା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ପଧାନ ସହ ସାଇଣ୍ଟିକଫିକ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଗାଁର ସୋନଗଡ଼ ନଦୀରୁ ଉଦ୍ଧାର ହୋଇଥିଲା । ସେଠାରେ ଶବକୁ ପୋତା ଯାଇଥିଲା । ମାଜିଷ୍ଟେ୍ରଟ ସୁଚରିତା ମୁଦୁଲି ପହଞ୍ଚିବା ପରେ ମାଟି ଖୋଳି ଶବ ବାହାର କରିଥିଲା । ଶବଟି ସଂପୂର୍ଣ୍ଣ ପଚି ଯାଇଥିବା ବେଳେ ତାର ଶରୀରର ସମସ୍ତ କଙ୍କାଳ ମାଟି ଭିତରୁ ବାହାର କରି ତଦନ୍ତ ପାଇଁ ପଠାଇଛି । ଅନ୍ୟପକ୍ଷେ ଏହା ନିଖୋଜ ନାବାଳକ ବାବୁଲାଲର ମୃତଦେହ ବୋଲି ପରିବାର ବର୍ଗ ଦାବି କରିଥିବା ବେଳେ ପୁଲିସ କିନ୍ତୁ ଡିଏନଏ ଟେଷ୍ଟ କଲାପରେ କହିପାରିବୁ ବୋଲି ସ୍ପଷ୍ଟ କରିଛନ୍ତି ।
ପ୍ରକାଶ ଥାଉକି ଘଟଣାଦିନ ସୋନଗଡ଼ ନଦୀପାଖରେ ମୃତ ନାବାଳକର ମାଁ-ବାପା ସିଲେଟକାନୀ ଗାଁର ଗଣେଶ ମେହେରଙ୍କ ଇଟାଭାଟିରେ କାମ କରୁଥିଲେ । ସେତେବେଳେ ପୁଅ ବାବୁଲାଲ ତାଙ୍କ ସହ ଥିଲା । ସେମାନଙ୍କ ଉପସ୍ଥିତିରେ ବାବୁଲାଲ କେମିତି ସେଠାରୁ ଚାଲିଗଲା ମାଁ ବାପା କିପରି ଜାଣିପାରିଲେ ନାହିଁ ତାହା ସନେ୍ଦହ ଘେରରେ । ଉକ୍ତ ନଦୀ ଭିତରେ ଥିବା ଉଠାଜଳସେଚନର ବିଦୁ୍ୟତ ସଂଯୋଗ ଓ ପରିବାରର ଅନ୍ୟ କାହାପ୍ରତି ଥିବା ପ୍ରେମ ସଂପର୍କକୁ ନେଇ ହୁଏତ ହତ୍ୟା କରାଯାଇ ଥାଇପାରେ ବୋଲି ପୁଲିସ ସନେ୍ଦହ କରି ତଦନ୍ତ ଆରମ୍ଭ କରିଛି । ଏଥିସହ ଗୁପ୍ତଧନକୁ ନେଇ ହତ୍ୟା କରାଯାଇଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏଣୁ ପୁଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରୁଛି । ଏ ନେଇ ଦେଓଗାଁ ଥାନାଧିକାରୀ ରଞ୍ଜନ କୁମାର ବରିହାଙ୍କୁ ପଚାରିବାରୁ ଖୁବଶୀଘ୍ର ଘଟଣାର ରହସ୍ୟ ଉନ୍ମୋଚନ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons