
ଜଳେଶ୍ୱର : ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ।ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାନୁସାରେ, ଜିଲ୍ଲାର ବସ୍ତା ଥାନା ରାଜଘାଟସ୍ଥିତ ସୁବର୍ଣ୍ଣରେଖା ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତଦେହଟି ଜଣେ ନାବାଳିକାଙ୍କର ବୋଲି ଜଣା ପଡିଛି । ତେବେ ତାଙ୍କର ପରିଚୟ ମିଳିନାହିଁ । ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ପିଙ୍ଗି ଦେଇଛି ତାହା ତଦନ୍ତ ପରେ ଜଣାପଡିବ । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇବା ସହ ଅଧିକ ଛାନଭୀନ ଚଳାଇଛି ।


Comments are closed, but trackbacks and pingbacks are open.