ନଦୀରେ ବୁଡ଼ି ନାବାଳକ ମୃତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନ୍ୟୁଜ୍): ସକାଳୁ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲାନି ଚନ୍ଦନ । ନଦୀରେ ବୁଡ଼ି ତାର ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା କ.ନୁଆଁଗା ଥାନା ଅନ୍ତର୍ଗତ ପୁରୁଣା ନୁଆଁଗା ଖଡ଼ଗ ନଦୀ । ୩ ଦିନ ପୂର୍ବେ ଦାରିଙ୍ଗବାଡ଼ି ବାଡାବାଙ୍ଗାର ବିଦେଶୀ ପରିଛା ତାଙ୍କ ସ୍ତ୍ରୀ ଓ ପୁଅ ଚନ୍ଦନ(୧୧) ପୁରୁଣା ନୁଆଁଗାରେ ରହୁଥିବା ତାଙ୍କର ସମ୍ପର୍କୀୟ ବରୁଣ ବେହେରାଙ୍କ ଘରକୁ ବୁଲିବାକୁ ଆସିଥିଲେ । ରଜ ଉତ୍ସବ ପାଇଁ ଗାଁ ଉତ୍ସବ ମୁଖର ରହିଥିଲା । ଘରେ ଘରେ ପିଠାପଣାର ମଉଜ ରହିଥିଲା । ଆଜି ସକାଳୁ ଚନ୍ଦନ ଗାଁର କିଛି ପିଲାଙ୍କ ସହ ନିକଟସ୍ଥ ଖଡ଼ଗ ନଦୀକୁ ଗାଧୋଇବାକୁ ଯାଇଥିଲା । ଅସାବଧାନତା ଯୋଗୁଁ ଚନ୍ଦନ ନଦୀରେ ବୁଡ଼ି ଯାଇଥିଲେ । ନିକଟରେ ଥିବା ଜଣେ ଯୁବକ ଦେଖି ତାକୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ କ.ନୁଆଁଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଚନ୍ଦନକୁ ମୃତ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons