ନଦୀରେ ଭାସିଯାଇ ବାଳକ ନିଖୋଜ ଘଟଣା:ତିନି ଦିନ ପରେ ଶବ ଉଦ୍ଧାର

Get real time updates directly on you device, subscribe now.

ନୂଆଗାଁ, (ବି.ବି.ନୁ୍ୟଜ୍): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ଦେଇ ଯାଇଥିବା ବେଲପା ନଦୀରେ କଟକ ଗୋବିନ୍ଦପୁର ଅଞ୍ଚଳର ସୁନାକର ସାହାଣୀଙ୍କ ପୁଅ ରତ୍ନାକର (୧୩ ) ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ନୂଆଗାଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ ଖୋଜାଖୋଜି କରିଥିଲେ ହେଁ ରତ୍ନାକରଙ୍କର କୌଣସି ସନ୍ଧାନ ମିଳି ପାରିନଥିଲା । ତେବେ ଘଟଣାର ତିନି ଦିନ ପରେ ଆଜି ରତ୍ନାକରଙ୍କ ଶବ ଉଦ୍ଧାର ହୋଇଛି ।
ଖବରରୁ ପ୍ରକାଶ ଯେ, ସୋରଡ଼ା ଗ୍ରାମର କୃଷ୍ଣ ନାୟକଙ୍କ ନାତି ରତ୍ନାକର ପିଲାଦିନୁ ମାମୁ ଘରେ ରହି ଆସୁଥିଲେ । ସଂପ୍ରତି ସେ ଜଗନ୍ନାଥ ପ୍ରସାଦ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ । ୭ ତାରିଖ ପୂର୍ବାହ୍ନ ୧୧ଟା ବେଳେ ରତ୍ନାକର ସାଙ୍ଗମାନଙ୍କ ସହିତ ସ୍କୁଲରୁ ଫେରିବା ବାଟରେ ବେଲପା ନଦୀ ବି୍ରଜ ଉପରେ ଠିଆ ହୋଇ ବଢ଼ି ପାଣି ଦେଖୁଥିବା ବେଳେ ଗୋଡ଼ ଖସିଯିବାରୁ ସାଇକେଲ ସହ ନଦୀରେ ପଡ଼ି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଅପରପକ୍ଷରେ କଲିକତାରେ ରହୁଥିବା ସୁନାକର ଓ ତାଙ୍କ ପତ୍ନୀ ନିବାସୀ ଏକମାତ୍ର ପୁଅକୁ ଦେଖିବା ଲାଗି ସେହିଦିନ ସୋରଡ଼ା ଆସୁଥିବା ବେଳେ ଅଧାବାଟରେ ଏହି ଦୁଃସମ୍ବାଦ ପାଇଥିଲେ । ଖବର ପାଇ ନୂଆଗାଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚô ବହୁ ଖୋଜାଖୋଜି କରିଥିଲେ ହେଁ ରତ୍ନାକରଙ୍କ ପତ୍ତା ପାଇନଥିଲେ । ଆଜି ପରିବାର ଓ ସାହି ପଡ଼ିଶା ଲୋକେ ଖୋଜାଖୋଜି କରୁଥିବା ସମୟରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଜଗନ୍ନାଥ ପ୍ରସାଦ ଗ୍ରାମ ଦେଇ ଯାଇଥିବା ନଦୀ କୂଳରେ ରତ୍ନାକରଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା । ଖବର ପାଇ ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ସେଠାରେ ପହଞ୍ଚô ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons