ନଦୀରେ ଭାସୁଥିଲା ଯୁବକଙ୍କ ମୃତଦେହ

Get real time updates directly on you device, subscribe now.

ଆଠଗଡ଼,(ବି.ବି.ନୁ୍ୟଜ୍): କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ତୋଲ ସାପୁଆ ନଦୀରେ ଭାସୁଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ମିଳିଥିବା ସୂଚନା ଅନୁସାରେ, ଗତକାଲି ଯୁବକଙ୍କ ମୃତଦେହ ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଯୁବକଙ୍କ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons