ନଦୀରେ ମାଠିଆ ଭିତରେ ଥିଲା ବଜ୍ରକାପ୍ତା କାତି: ଧରିଲା ବନ ବିଭାଗ

Get real time updates directly on you device, subscribe now.

ରେଢ଼ାଖୋଲ, (ବି.ବି.ନୁ୍ୟଜ୍): ବଜ୍ରକାପ୍ତା ଚୋରାଚାଲାଣର ଅଭିନବ ଉପାୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ । ବନ ବିଭାଗ ଅଧିକାରୀଙ୍କ ଆଖିରେ ଧୂଳି ଦେବା ପାଇଁ ନଦୀ ବାଲି ଭିତରେ ମାଠିଆରେ ଲୁଚାଇ ରଖାଯାଉଛି ବଜ୍ରକାପ୍ତା କାତି । ଏହାପରେ ସୁବିଧା ଦେଖି ଏହାର ଚୋରାଚାଲାଣ ହେଉଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏପରି ଏକ ରାକେଟକୁ କାବୁ କରିଛି ରେଢ଼ାଖୋଲ ବନ ବିଭାଗ ଟିମ୍ । ଧରାପଡିଥିବା ଲୋକଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଞ୍ଚ ଅଛନ୍ତି । ତାଙ୍କ ସହିତ ୭ ଜଣ ଶିକାରୀ ଓ ଜଣେ ବ୍ୟବସାୟୀ ଧରାପଡିଛନ୍ତି । ସମସ୍ତେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅଞ୍ଚଳର ବୋଲି ଜରାପଡିଛି । ସେମାନଙ୍କଠାରୁ ୨କିଲୋ ୬ଶହ ଗ୍ରାମ ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ ରେଢ଼ାଖୋଲ ବନଖଣ୍ଡ ଅର୍ନ୍ଗତ ଟିକିରା ନଦୀର ବାଲି ଭିତରେ ଏକ ମାଠିଆରେ କାତିକୁ ଲୁଚାଇ ରଖିଥିଲେ । ଖବର ପାଇ ବନ ବିଭାଗ ଚଢ଼ାଉ କରି ମାଠିଆକୁ ଜବତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons