ନଦୀ ପୋଲ ଉପରୁ ଖସିପଡି ଯୁବକଙ୍କ ମୃତ୍ୟୁ, ଘରୋଇ କଳହରୁ ଆତ୍ମହତ୍ୟା

Get real time updates directly on you device, subscribe now.

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଖଡଖାଇ ନଦୀ ପୋଲ ଉପରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ଯୁବକ ଜଣଙ୍କ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ଯୁବକ ଜଣଙ୍କ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଧର୍ମଗଳିର ରାଜା ସାହା ବୋଲି ଜଣାପଡିଛି । ପୋଲ ଉପରେ ଯୁବକଙ୍କ ସାଇକେଲ ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଘରୋଇ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons