ନଦୀ ବନ୍ଧରୁ ଖସି ଯୁବକ ମୃତ

Get real time updates directly on you device, subscribe now.

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରର ଶେଖବାଡ଼ ଠାରେ ଗୁରୁବାର ଏକ ଦୁଃଖଦାୟକ ଘଟଣା ଘଟିଛି । ଜଣେ ଯୁବକ ନଦୀ ବନ୍ଧ ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ନଦୀ ମଧ୍ୟକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲ୍ଲା ଖଡ଼ଗପୁର ଅଞ୍ଚଳର ଗାନ୍ଧୀନଗର ବାସିନ୍ଦା ହେପାଜତ ହୁସେନ୍ଙ୍କ ପୁତ୍ର ଏସକେ ସର୍ଫରାଜ ହୁସେନ (୨୦) ।
ସର୍ଫରାଜ ପ୍ରାୟ ୨-୩ ଦିନ ତଳେ ଜଳେଶ୍ୱର ସହରର ପଥରପୁରା ବାସିନ୍ଦା ଏସକେ କିସମତ୍ ଅଲ୍ଲୀଙ୍କ ଝିଅର ଜନ୍ମ ଦିନ ଉପଲକ୍ଷେ ତାଙ୍କ ଘରକୁ ବୁଲି ଆସିଥିଲେ । ଗୁରୁବାର ସକାଳ ପ୍ରାୟ ୧୧ଟା ୪୫ ସମୟରେ କେତେକ ଛୋଟ ପିଲାମାନଙ୍କୁ ନେଇ ଶେଖବାଡ଼ ସ୍ଥିତ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ସେ ପଥରବନ୍ଧ ଉପରକୁ ଚଢ଼ି ନିଜ ମୋବାଇଲରେ ସେଲ୍ଫି ନେଉଥିବା ସମୟରେ ହଠାତ୍ ତାଙ୍କର ପାଦ ଖସି ଯାଇଥିଲା । ଫଳରେ ସେ ନଦୀରେ ବୁଡ଼ି ଯାଇଥିଲେ । ପିଲାମାନେ ଘଟଣା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇବାରୁ ସେମାନେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଏ ଖବର ପ୍ରଚାର ପରେ ନଦୀ ନିକଟରେ ପ୍ରବଳ ଜନ ଗହଳି ହୋଇଯାଇଥିଲା । ଦମକଳ ବାହିନୀ ବହୁ ଖୋଜାଖୋଜି ପରେ ସର୍ଫରାଜଙ୍କୁ ଉଦ୍ଧାର କରି ଜିକେ ଭ;ର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାରବର୍ଗଙ୍କ ଅନୁରୋଧକ୍ରମେ ମୃତଦେହ ବ୍ୟବଚ୍ଛେଦ କରା ନ ଯାଇ ତାଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons