ନନ୍ଏଡେଡ୍ ସରକାରୀ କଲେଜରେ ଇତିହାସ ଅଧ୍ୟାପକ ନିଯୁକ୍ତି ମାମଲା:‘ପରୀକ୍ଷା ରଦ୍ଧ’ ରାୟରେ ରହିତାଦେଶ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସରକାରୀ ଅଣଅନୁଦାନପ୍ରାପ୍ତ (ନନ୍ ଏଡେଡ୍ ଗଭର୍ଣ୍ଣମେଣ୍ଟ) କଲେଜ୍ ଇତିହାସ ଅଧ୍ୟାପକ ନିଯୁକ୍ତି ପରୀକ୍ଷା ନେଇ ଅଦାଲତି ମାମଲା ଜାରି ରହିଛି । ୮୧ଟି ଇତିହାସ ବିଭାଗ ଅଧ୍ୟାପକ ପଦବିରେ ନିଯୁକ୍ତ ଲାଗି ଷ୍ଟେଟ୍ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ପକ୍ଷରୁ ହୋଇଥିବା ଲିଖିତ ପରୀକ୍ଷାକୁ ହାଇକୋର୍ଟର ଜଣିକିଆ ବିଚାରପତି ରଦ୍ଧ କରି ଦେଇଥିଲାବେଳେ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।
ପୂର୍ବରୁ ଇତିହାସ ବିଭାଗ ଅଧ୍ୟାପକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ରରେ ବ୍ୟାପକ ବିଭ୍ରାଟ ହୋଇଥିବା ନେଇ କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିତେନ୍ଦ୍ର ପଲାଇ, ସଂଗ୍ରାମ କେଶରୀ ସାହୁ ଓ ଅନ୍ୟ ୧୯ଜଣଙ୍କ ପକ୍ଷରୁ ଆଗତ ମାମଲା ଶୁଣାଣି କରି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବି.ଆର.ଷଡ଼ଙ୍ଗୀ ପରୀକ୍ଷା ରଦ୍ଧ କରିବା ସହ ୬ ସପ୍ତାହ ମଧ୍ୟରେ ସାନି ପରୀକ୍ଷା ପାଇଁ ଏସ୍ଏସ୍ବି କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ଆଦେଶ ଦ୍ୱାରା କ୍ଷତିଗ୍ରସ୍ତ ଆଉ କିଛି ପରୀକ୍ଷାର୍ଥୀ ଅରବିନ୍ଦ ବୋଷ, ଶ୍ରୀନିବାସ ମହାନ୍ତି ଏବଂ ରଜତକାନ୍ତ ଦାସ ହାଇକୋର୍ଟଙ୍କ ପୁଣି ଥରେ ଆବେଦନ କରିଥିଲେ । ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରୀକ୍ଷା ରଦ୍ଧ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ଏଥିସହ ରାଜ୍ୟ ସରକାରଙ୍କୁ ଏହି ମାମଲା ଉପରେ ଜବାବ ରଖିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ମାସ ୧୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଏସ୍ଏସ୍ବି ପକ୍ଷରୁ ସମଗ୍ର ରାଜ୍ୟରେ ଅଣଅନୁଦାନ ପ୍ରାପ୍ତ ସରକାରୀ କଲେଜ୍ର ବିଭିନ୍ନ ବିଭାଗର ୮୩୩ଟି ଅଧ୍ୟାପକ ପଦବି ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଇତିହାସ ବିଭାଗର ୮୧ଟି ଅଧ୍ୟାପକ ପଦବି ରହିଥିଲା । ସବୁ ବିଭାଗ ଲାଗି ଲିଖିତ ପରୀକ୍ଷା ଅନୁÂିତ ହୋଇଥିଲା । କିନ୍ତୁ ପରୀକ୍ଷା ପରେ ଇତିହାସ ବିଭାଗ ପ୍ରଶ୍ନପତ୍ରରେ ବହୁ ସଂଖ୍ୟାରେ ତ୍ରୁଟିଥିବା ଜଣାପଡ଼ିଥିଲା । ଏନେଇ ଆବେଦନକାରୀମାନେ ପ୍ରଥମେ ଏସ୍ଏସ୍ବିରେ ଅଭିଯୋଗ କରିଥିଲେ । କିନ୍ତୁ ଏସ୍ଏସ୍ବି ଅଭିଯୋଗ ଗ୍ରହଣ ନକରିବାରୁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ପରୀକ୍ଷା ରଦ୍ଧ ପାଇଁ ରାୟ ଦେଇଥିଲେ । କିନ୍ତୁ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅରବିନ୍ଦ ବୋଷ ଓ ଅନ୍ୟମାନେ ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟକୁ ଆସିଛନ୍ତି । ଆବେଦନକାରୀମାନେ ଯୁକ୍ତି ଦର୍ଶାଇଛନ୍ତି, ପ୍ରଶ୍ନପତ୍ରରେ ତ୍ରୁଟିଥିବା ଜଣାପଡ଼ିବା ପରେ ସାନି ଯାଞ୍ଚ୍ କରାଯାଇ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅଧିକ ମାର୍କ ଦିଆଯାଇଥିଲା । କିନ୍ତୁ ଏହି ମାର୍କ ପାଇବା ସତ୍ତେ୍ୱ ଅନେକ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଲେ ନାହିଁ । କିନ୍ତୁ ଯେଉଁମାନେ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ପରୀକ୍ଷା ସମ୍ପୂର୍ଣ୍ଣ ରଦ୍ଧ ଯୋଗୁଁ ସେମାନେ ଏବେ ନିଯୁକ୍ତିରୁ ବଞ୍ଚିତ ହେଉଛନ୍ତି । ତେଣୁ ସମ୍ପୂର୍ଣ୍ଣ ପରୀକ୍ଷା ରଦ୍ଧ କରି ସାନି ପରୀକ୍ଷା ଲାଗି ଯେଉଁ ନିଦେ୍ର୍ଧଶ ଦିଆଯାଇଛି ତାହାକୁ ବାତିଲ କରିବା ଲାଗି ଆବେଦନକାରୀମାନେ ପିଟିସନ୍ରେ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons