ନନ୍ଦନକାନନରେ ହେଟାବାଘର ମୃତୁ୍ୟ

Get real time updates directly on you device, subscribe now.

ଚନ୍ଦକା, (ବି.ବି.ନୁ୍ୟଜ୍): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପଶୁ ମଡ଼କ ଥମିବାର ନାଁ ଧରୁନି । ୨୦୧୯ଟି ଅନେକ ପଶୁଙ୍କୁ ଛଡ଼ାଇ ନେଇଥିବା ବେଳେ ୨୦୨୦ ଆରମ୍ଭ ହେଉ ହେଉ ମୁଣ୍ଡ ଗଡ଼ାଇବା ଆରମ୍ଭ କଲାଣି ।
ଆଜି ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରାଉଥିବା ଏକ ହେଟାବାଘର ମୃତୁ୍ୟ ଘଟିଛି । ନନ୍ଦନକାନନ ମୁଖ୍ୟ ଗେଟ୍ ଦେଇ ପାଣି ଝରାର ଠିକ୍ ବାମ ପଟେ ଗଲେ ଆସେ ଅନେକ ଆକର୍ଷଣୀୟ ଖୁଆଡ଼ । ଏଥି ମଧ୍ୟରେ ସିଂହ, ବାଘ, ହାତୀ, ହେଟାବାଘ ଖୁଆଡ଼ ରହିଛି । ଏହି ପରିସରସ୍ଥ ୨୫ ନଂ ଖୁଆଡ଼ରେ ଥିବା ଏକ ଅଣ୍ଡିରା ହେଟାବାଘର ଶନିବାର ମୃତୁ୍ୟ ଘଟିଛି । କର୍ମଚାରୀ ତାକୁ ଖୁଆଡ଼ ଭିତରେ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିଲା । ପଶୁ ଚିକିତ୍ସା ଟିମ୍ ଖୁଆଡ଼ ପାଖରେ ପହଞ୍ଚି ହେଟାବାଘଟିର ମୃତୁ୍ୟ ଘଟିଥିବା ସ୍ପଷ୍ଟ କରିଥିଲେ ।
ଏହାର ଶବକୁ ଓୟୁଏଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ଏହି ଜୀବଟିର ମୃତୁ୍ୟ ପରେ ଏବେ ପ୍ରାଣୀ ଉଦ୍ୟାନରେ ହେଟାବାଘଙ୍କ ସଂଖ୍ୟା ୭କୁ ଖସି ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons