ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ମଡ଼କ। ପୁଣି ଗୋଟିଏ ହାତୀର ମୃତ୍ୟୁ ହୋଇଛି। ଆଜି ୭ ବର୍ଷର ମାଈ ହାତୀ କମଳାର ମୃତ୍ୟୁ ହୋଇଛି। ଘାତକ ହର୍ପେସ ଭୂତାଣୁ ସଂକ୍ରମଣରେ କମଳା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଗତ ୨୫ ଦିନ ମଧ୍ୟରେ ନନ୍ଦନକାନନରେ ୩ଟି ହାତୀଙ୍କ ମୃତ୍ୟୁ ହେଲାଣି। ପୂର୍ବରୁ ଏକମାତ୍ର ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨୫ରେ ମରିଥିଲା ମାଈ ହାତୀ ଜୁଲି। ସେହିପରି ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ଚନ୍ଦନର ମୃତ୍ୟୁ ଘଟିଥିଲା। ତେବେ କମାଳର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ଆଉ ମାତ୍ର ୫ଟି ମାଈ ହାତୀ ରହିଲେ।
Comments are closed, but trackbacks and pingbacks are open.