ନନ୍ଦୀ ସହ ବାହା ହେଲା ସୁପ୍ରଭା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଭୋଲେ ଶଙ୍କର ବାବାଙ୍କ ବାହନ ନନ୍ଦୀ (ଷଣ୍ଢ) ସହ ଶୁକ୍ରବାର ଦିନ ସୁପ୍ରଭା (ଗାଈ)ଙ୍କ ଶୁଭ ପରିଣୟ ଧୁମଧାମରେ ପୁରୀରେ ଅନୁÂିତ ହୋଇଛି । ଏହି ବିବାହ ଉତ୍ସବରେ ହରିହରାନନ୍ଦ ଗୁରୁକୁଳ ଆଶ୍ରମର ପ୍ରମୁଖ ସ୍ୱାମୀ ପ୍ରଜ୍ଞାନନନ୍ଦଜୀ କନ୍ୟା ସୁପ୍ରଭାଙ୍କୁ ଦାନ କରିଥିଲେ । ଏହି ଅବସରରେ ଶରଧାବାଲି ମୁକ୍ତାକାଶ ମଣ୍ଡପରେ ଆୟୋଜିତ ଏକ ସାଧୁସନ୍ଥ ସମାବେଶର ଆୟୋଜନ ହୋଇଥିଲା । ସାଧୁସନ୍ଥମାନେ ଏହି ବିବାହ ଉତ୍ସବରେ ଯୋଗଦେଇ ନବ ବର ଓ ବଧୂଙ୍କୁ ଆଶୀର୍ବାଦ ଦେଇଥିଲେ ।
ଦେଶ ତଥା ରାଜ୍ୟର ବିଭିନ୍ନ ଆଶ୍ରମରୁ ୫୦ରୁ ଅଧିକ ସାଧୁସନ୍ଥ ଯୋଗ ଦେଇ ଗୋମାତାଙ୍କ ସୁରକ୍ଷା, ଗୋ ସମ୍ପଦର ସେବା, ବିଶ୍ୱ କଲ୍ୟାଣରେ ନିଜକୁ ନିୟୋଜିତ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ବାହାମଣ୍ଡପରେ ସାଧୁସନ୍ଥମାନେ ପରାମର୍ଶ ଦେଇଥିଲେ ଗୋ ହତ୍ୟାକୁ ବନ୍ଦ କରିବାକୁ ସମସ୍ତେ ସଂକଳ୍ପବଦ୍ଧ ଭାବେ ଉଦ୍ୟମ କରିବାକୁ ହେବ । ଗୋ ବଂଶ ବୃଦ୍ଧି ଯୋଗୁ ସମାଜର ମଙ୍ଗଳ ସାଧନ ହୋଇଆସୁଛି । ଏହି ପରିପ୍ରେକ୍ଷୀର ପୁରାଣ ଓ ଶାସ୍ତ୍ର ସମ୍ମତ ଉପାୟରେ ବୈଦିକ ରୀତିରେ ମହାଦେବଙ୍କ ବୃଷଧ୍ୱଜ ନନ୍ଦୀଙ୍କ ସହ ଗୋମାତା ସୁପ୍ରଭାଙ୍କ ଶୁଭ ବିବାହର ଆୟୋଜନ ହୋଇଛି । ଏହି ବିବାହ ଉତ୍ସବକୁ ହିନ୍ଦୁ ରୀତିରେ କରାଯାଇଛି ।
ଚନ୍ଦନପୁର ନିକଟ ସୂର୍ଯ୍ୟାୟନ ଆଶ୍ରମର ଷଣ୍ଢ ‘ନନ୍ଦୀ’କୁ ଏକଯାନରେ ଗୁଣ୍ଡିଚା ମନ୍ଦିର ସାମ୍ନାକୁ ଅଣାଯାଇଥିଲା । ସେହିଭଳି ହରିହରାନନ୍ଦ ଗୁରୁକୁଳ ଆଶ୍ରମରୁ ସୁପ୍ରଭାଙ୍କୁ ଅଣାଯାଇ ଗୁଣ୍ଡିଚା ମନ୍ଦିର ପାଚେରି କଡ଼ରେ ଏକ ଅସ୍ଥାୟୀ ଆବାସରେ ରଖାଯାଇଥିଲା । ଏହି ଅବସରରେ ବଡ଼ଦାଣ୍ଡରେ ବର ଯାତ୍ରୀଙ୍କ ଏକ ଶୋଭଯାତ୍ରା ପରିକ୍ରମା କରିଥିଲା । ବାଜା ବାଜେଣି ସହ ଶୋଭାଯାତ୍ରା ବଡଦାଣ୍ଡ ଅତି୍ରକମ କରିଥିଲା । ଏହା ପରେ ଗୁଣ୍ଡିଚା ମନ୍ଦିର ନିକଟରେ ନିର୍ମିତ ଅସ୍ଥାୟୀ ବାହା ମଣ୍ଡପରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ବିବାହ ପୂର୍ବରୁ ନନ୍ଦୀଙ୍କ ବ୍ରତ ପର୍ବ ଅନୁÂିତ ହେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons