ଛେଳି କ୍ଷୀରରେ ଶକ୍ତିଶାଳୀ ପ୍ରିବାୟୋଟିକ୍ ଓ ସଂକ୍ରମଣ ବିରୋଧୀ ଉପାଦାନ ରହିଛି, ଯାହା ପେଟ ସଂକ୍ରମଣରୁ ନବଜାତ ଶିଶୁକୁ ରକ୍ଷା କରେ । ସଦ୍ୟ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଗବେଷକମାନେ ପ୍ରିବାୟୋଟିକ୍ର ଏକ ପ୍ରକାର ଅଲିଗୋସାକାରାଇଡ୍ସ ଉପରେ ଫୋକସ୍ କରିଥିଲେ, ଯାହା ହିତକର ବ୍ୟାକ୍ଟେରିଆ ବୃଦ୍ଧିକୁ ପ୍ରୋତ୍ସ ।ହିତ କରିପାରେ ଏବଂ ପେଟରେ ହାନିକାରକ ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢ଼େଇ କରେ । ଅଷ୍ଟ୍ରେଲିଆର ଆର୍ଏମ୍ଆଇଟି ୟୁନିଭର୍ସିଟିର ଗବେଷକମାନେ ଛେଳି କ୍ଷୀରରେ ପ୍ରାକୃତିକ ରୂପେ ହେଉଥିବା ପ୍ରିବାୟୋଟିକ୍ ଅଲିଗୋସାକାରାଇଡ୍ସ ଚିହ୍ନଟ କରିଥିଲେ । ତନ୍ମଧ୍ୟରେ ଥିବା ୫ଟି ଅଲିଗୋସାକାରାଇଡ୍ସ ପ୍ରକାର ପ୍ରିବାୟୋଟିକ୍ ମା’ କ୍ଷୀରରେ ମଧ୍ୟ ଚିହ୍ନଟ କରାଗଲା । ନ୍ୟୁଟ୍ରିସନ୍ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ନବଜାତ ନିମନ୍ତେ ଛେଳି କ୍ଷୀରରେ ଥିବା ଅଲିଗୋସାକାରାଇଡ୍ସର ଭିନ୍ନ ଭିନ୍ନ ପ୍ରକାର ଓ ମା’ କ୍ଷୀର ସହ ସେଗୁଡ଼ିକର ସାମଞ୍ଜସ୍ୟ ଉପରେ ଏହି ଅଧ୍ୟୟନ ପ୍ରଥମ ବୋଲି ଉକ୍ତ ୟୁନିଭର୍ସିଟିର ପ୍ରଫେସର ହର୍ଷାର୍ନ ଗିଲ୍ କହିଛନ୍ତି ।
Comments are closed, but trackbacks and pingbacks are open.