ନବବଧୂଙ୍କୁ ବାଡେଇ ରାସ୍ତା ଉପରେ ଫିଙ୍ଗିଦେଲେ

Get real time updates directly on you device, subscribe now.

ବାଙ୍କି: ଆଜି ପ୍ରଥମ। ଅଷ୍ଟମୀରେ ବାଙ୍କୀ ଥାନା ଅନ୍ତର୍ଗତ ଚକ।ପଦ। ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପରିବାରିକ କଳହକୁନେଇ ନବ ବଧୂକୁ ସ୍ବାମୀ ଓ ଶାଶୂ ବାଡେଇ ଘୋଷାରି ଘୋଷାରି ଆଣି ମୁମୂର୍ଷୁ ଅବସ୍ଥାରେ ଫିଙ୍ଗିଦେଲେ ରାସ୍ତା କଡରେ ।
ଗୁରୁତର ଅବସ୍ଥାରେ ଗ୍ରାମବସୀଙ୍କ ସହାୟତାରେ ଅଗ୍ନିଶ୍ରମ ବିଭାଗ ନବବଧୂଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ କିଛି ସମୟ ଲାଗି ଚାପା ଉତେଜନା ଦେଖାଦେଇଥିଲା । ସେପଟେ ଗ୍ରାମବ।ସୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସ୍ବାମୀକୁ ଅଟକ ରଖି ପଚରା ଉଚରା ଚଳାଇଛି ।
ଏଭଳି ଘଟଣାକୁ ସ୍ଥନୀୟ ବାସିନ୍ଦା ନିନ୍ଦା କରିବା ସହ ପୋଲିସ ତଦନ୍ତ କରି ନବବଧୂକୁ ନ୍ୟାୟ ଦେବାକୁ କହିଛନ୍ତି ।ସେପଟେ ପୋଲିସ ତାର ସ୍ବାମୀକୁ ଅଟକ ରଖି ପଚରା ଉଚରା ଚଳାଇଛି ।ହେଲେ କିଛି କହିବାକୁ ମନା କରିଛି ପୋଲିସ ।ପିଡୀତା ଏବେ ବାଙ୍କୀ ମେଡିକାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons