ନବବଧୂ ରାଇମଣି ବାଙ୍କିରା ହତ୍ୟା ମାମଲା ଶେଷରେ ଖୁଲାସା: ଜେଲ୍ ଭୋଗୁଥିବା ଶ୍ୱଶୁର ଓ ପୁଅ ନ୍ୟାୟ ପାଇବେ କେବେ?

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳ ପାହାଡପୁର ଜଙ୍ଗଲରୁ ଗତ ୨୭ ଏପ୍ରିଲ ମାସରେ ମିଳିଥିବା ଅର୍ଦ୍ଧଦଗ୍ଧ ଯୁବତୀର ଶରୀରର ପ୍ରକୃତ ପରିଚୟ ପାଇବା ପାଇଁ ପୁଲିସ ବତ୍ତମାନ ନାକେଦମ । କାରଣ ଉକ୍ତ ମୃତଦେହ ପୁରୁଣାପାଣି ଗ୍ରାମ ଚିରୁଡିହି ବସ୍ତିର ମଙ୍ଗଲ ନାଏକଙ୍କ ପୁତ୍ର ସଞ୍ଜୟ ଜାକେର ଏକମାସ ହେବ ବିବାହିତ ହୋଇଥିବା ନବବଧୂ ରାଇମଣି ବାଙ୍କିରା ବୋଲି ପୁଲିସ ଅନୁସନ୍ଧାନ କରିଥିଲା । ଏନେଇ ବାଦାମପାହାଡ ଥାନା ମାମଲା ୧୮/୧୯ ରୁଜୁକରି ଉଭୟ ବାପ ଓ ପୁତ୍ରକୁ ତଦନ୍ତ ପରେ କୋର୍ଟକୁ ୩୦୨ ଦଫାରେ ଚାଲାଣ କରିଥିଲେ । ତା ସହିତ ପୁଲିସ ନିଜଆଡୁ ହେଉ କିମ୍ବା ଚାପରେ ପଡି ବିଦ୍ୟୁତ୍ ଟ୍ରାନ୍ସଫର୍ମର ତେଲ, ପ୍ଲାଷ୍ଟିକ ବୋତଲ, ଗ୍ଲାସ, ଲୁଗାପଟା ପୁଲିସ ଜବତ କରି ଜବତ ତାଲିକାରେ ରଖିଥିଲା । ଘଟଣାଟି ଘଟିଥିଲା ଏପ୍ରିଲ ୨୭ ତାରିଖରେ । ତଦନ୍ତ ପରେ ଉଭୟ ରାଇମଣିର ଶ୍ୱଶୁର ମଙ୍ଗଲ ଓ ସ୍ୱାମୀ ସଞ୍ଜୟକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ । ଗତ ଜୁଲାଇ ୧୭ ତାରିଖ ବୁଧବାର ବାଦାମପାହାଡ ଥାନା ଅଧିକାରୀ ଓଆଇସି ଶଶଧର ସେଠୀ ଡିଏନ୍ଏ ପରୀକ୍ଷା ପାଇଁ ରାଇମଣିର ମାଆ ରହୁଥିବା କଟକ ଖାନନଗରକୁ ଯାଇଥିଲେ । ସାଥୀରେ ମୃତା ରାଇମଣିର ବଡବାପା ମହନ ବାଙ୍କିରା ଓ ବଡମାଆକୁ ନେଇ ଖାନନଗର ପହଞ୍ଚିଥିଲେ । ସେଠାରେ ରାଇମଣିର ମାଆ ଚାନ୍ଦମଣିକୁ ଝିଅ ରାଇମଣିର ମୃତ୍ୟୁ ପାଇଁ ତମ ପାଖରୁ ନମୁନା ନେବାକୁ ଆସିଛୁ ବୋଲି ଓଆଇସି କହିଥିଲେ । ସେହି ସମୟରେ ଏହାଶୁଣି ସେଠାରେ ଥିବା ରାଇମଣି ବାହାରକୁ ବାହାରି ମୁଁ ମରିନାହିଁ ବଞ୍ଚିଛି ବୋଲି କହିଥିଲା । ଏହା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଉଭୟ ମାଆ ଚାନ୍ଦମଣି ଓ ଝିଅ ରାଇମଣିକୁ ବାଦାମପାହାଡ ଥାନାକୁ ଆଣି କିଛିଦିନ ଧରି ଥାନାରେ ରଖିଥିଲେ । ପରେ ପୁଲିସ ଏକ ଅଜଣା ଜାଗାରେ ଉଭୟ ମାଆ ଝିଅକୁ ରଖିଥିଲା । ରାଇମଣି ବଞ୍ଚିଛି ଓ ତା ସ୍ୱାମୀ ଶ୍ୱଶୁର ଜେଲ୍ରୁ ମୁକୁଳିବେ । ଏ ନେଇ ପରିବାର ଲୋକ ସମେତ ରାଇମଣିର ବାପଘର ବାଦାମପାହାଡ ଧାଙ୍ଗିଡିମୂଣେର ବସବାସ କରୁଥିବା ବଡବାପା ମହନ ବାଙ୍କିରା ଅଣ୍ଟାଭିଡିଥିଲେ । ପରେ ରାଇମଣିର ବାପା ନଥିବାରୁ ବଡବାପା ମହନ ବାଙ୍କିରା ଓ ପରିବାର ଲୋକ ମଧ୍ୟ ପ୍ରମେୟ ସାମ୍ବାଦିକଙ୍କୁ ନିଜର କୋହଭରା କଣ୍ଠରେ କହିଥିଲେ । ରାଇମଣି ମରିନାହିଁ ବଞ୍ଚିଛି ବୋଲି ଖବର ବାହାରିବାରୁ ପୁଲିସ ହରଡଘଣାରେ ପଡିଯାଇଥିଲା । ଶେଷରେ ଶନିବାର ଅପରାହ୍ନ ୫ଟା ସମୟରେ ପୁଲିସ ଗାଡିରେ ରାଇମଣି ବାଙ୍କିରା ଓ ବିଧବା ମାଆ ଚାନ୍ଦମଣି ବାଙ୍କିରାକୁ ରାଇରଙ୍ଗପୁର ସିଭିଲ କୋର୍ଟ ଏସ୍ଡିଜେମ୍ଙ୍କ ଦାୟିତ୍ୱରେ ଥିବା ସବ୍ଜଜ୍ଙ୍କ କୋର୍ଟରେ ହାଜର କରି ଦଫା ୧୬୪ରେ ବୟାନ ରେକର୍ଡ କରିଥିବାର ଜଣାଯାଇଛି । ଏ ନେଇ ପୁଲିସ ମୁହଁ ଖୋଲିବାକୁ ରାଜି ନୁହନ୍ତି । ଏହାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବି ହୋଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons