ଫୁଲବାଣୀ: ଜଣେ ନବବିବାହିତାଙ୍କୁ ଶାଶୁ ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଖଜୁରୀପଡ଼ା ଥାନା ସିଡିଙ୍ଗି ଗ୍ରାମର କୁବେର ନାୟକଙ୍କ ପତ୍ନୀ ସୌଦାମିନୀ ବେହେରା(୧୯) । ସୋମବାର ମୃତାଙ୍କ ମାମୁଁ ପଞ୍ଚୁ ନାୟକ ଖଜୁରୀପଡ଼ା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ସୌଦାମିନୀଙ୍କ ସ୍ୱାମୀ କୁବେର ନାୟକଙ୍କୁ ଥାନରେ ଅଟକ ରଖି ପଚରାଉଚରା କରୁଛି ।
ପୁଲିସ ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅଧୀନ ରୁପାଝିରି ଗ୍ରାମରେ ସୌଦାମିନୀଙ୍କ ଘର । ସେ ପ୍ରାୟ ୬ ମାସ ତଳେ ଖଜୁରୀପଡ଼ା ଥାନା ସିଡ଼ିଙ୍ଗି ଗ୍ରାମର ନୀଳକଣ୍ଠ ନାୟକଙ୍କ ପୁଅ କୁବେର ନାୟକଙ୍କ ସହ ପ୍ରେମ ବିବାହ କରିଥିିଲେ । ବିବାହ ପରଠାରୁ ଶାଶୁ ଘର ଲୋକ ଯୌତୁକ ଦାବିରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଗତ ଶନିବାର ରାତି ପ୍ରାୟ ୧୧ଟା ବେଳେ ଶାଶୁଘର ଲୋକ ସୌଦାମିନୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଘରୁ ଚାଲିଯିବା ପାଇଁ କହିଥିଲେ । ତାଙ୍କୁ ଅତିଶୀଘ୍ର ସେଠାରୁ ନନେଲେ ସେମାନେ ମୋତେ ଜୀବନରୁ ମାରିଦେବେ ବୋଲି ସୌଦାମିନୀ ଫୋନ୍ରେ ମାମୁଁଙ୍କୁ ଜଣାଇଥିବା ପଞ୍ଚୁ ଏତାଲାରେ ଦର୍ଶାଇଛନ୍ତି । ଲକ୍ଡାଉନ୍ ଯୋଗୁଁ ମାମୁଁଘର ଲୋକ ସିଡିଙ୍ଗରେ ପହଞ୍ଚô ପାରି ନଥିଲେ । ଶନିବାର ସୌଦାମିନୀଙ୍କ ସ୍ୱାମୀ କୁବେର ମଧ୍ୟ ପଞ୍ଚୁଙ୍କୁ ଫୋନ୍କରି ଶୀଘ୍ର ଆସି ଝିଅକୁ ନେଇଯିବା ପାଇଁ କହିଥିଲେ । ସନ୍ଧ୍ୟାରେ ସୌଦାମିନୀ ଘରୁ କେଉଁଆଡେ଼ ଚାଲିଯାଇଥିବା ନେଇ ଜଣାଇଥିଲେ । ପୁଣି ରାତି ପ୍ରାୟ ୧୧ଟା ବେଳେ ତମ ଝିଅ ମରିଯାଇଛି ବୋଲି ସେମାନେ ଫୋନକରି ପଞ୍ଚୁଙ୍କୁ ଜଣାଇଥିଲେ ।
ରାତି ପ୍ରାୟ ୧୨ଟାରେ ପଞ୍ଚୁ ଓ ଅନ୍ୟମାନେ ସୌଦାମିନୀଙ୍କ ଶାଶୁ ଘରେ ପହଞ୍ଚô ଘର ବାରଣ୍ଡାରେ ସୌଦାମିନୀଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ପଚାରିବାରୁ ସୋଦାମିନୀ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁବେର କହିଥିଲେ । ପରେ ପଞ୍ଚୁ ଖଜୁରୀପଡ଼ା ଥାନାରେ ଏ ନେଇ ଏତଲା ଦେଇଥିଲେ । ଖଜୁରୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚô ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ ୭୧/୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଥିବା ତଦନ୍ତକାରୀ ଅଧିକାରୀ ବିକାଶ ମଲିକ ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.