ନବମ, ଦଶମ ପିଲାଙ୍କ ପାଇଁ କେନ୍ଦୁଝର ଡିଏମ୍ଏଫ୍ର ପଦକ୍ଷେପ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀପିଲାଙ୍କୁ ଦିଆଯିବ ମଧ୍ୟାହ୍ନଭୋଜନ, ପୋଷାକ ଓ ପାଠ୍ୟ ପୁସ୍ତକ । ଦଶମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ମଧ୍ୟ ୧୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ରାଜ୍ୟରେ ପ୍ରଥମ ଥର କେନ୍ଦୁଝର ଜିଲ୍ଲାରେ ଡିଏମ୍ଏଫ୍ ଏହି ଯୋଜନା ଶୁଭାରମ୍ଭ କରିଛି । ମଙ୍ଗଳବାର ଦରବାର ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ଜିଲ୍ଲାର ପ୍ରାୟ ୫୦ ହଜାର ପିଲା ପ୍ରତିବର୍ଷ ଉପକୃତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ କହିଛନ୍ତି, ଯୋଜନାର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡୁଥିବା ପିଲାଙ୍କୁ ନବମ ଓ ଦଶମ ଶ୍ରେଣୀରେ ପଢିବା ପାଇଁ ପ୍ରୋତ୍ସାହିତ କରିବା, କିଶୋର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇବା । ଏବଂ ଦଶମ ଶ୍ରେଣୀପରେ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ଛାତ୍ରବୃତ୍ତି ଲାଗୁ କରାଯାଇଛି ।
କେନ୍ଦୁଝର ଜିଲ୍ଲାରେ ୫୫ ଧ ଜନସଂଖ୍ୟା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର । ତେଣୁ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଉଥିବା ୧୦୦ ଜଣ ପିଲାଙ୍କ ମଧ୍ୟରୁ ବହୁତ କମ୍ ପିଲା ଦଶମ ଶ୍ରେଣୀ ପରେ ପାଠପଢ଼ା ଜାରି ରଖିଥାଆନ୍ତି । ଅଷ୍ଟମ ଶ୍ରେଣୀ ପରେ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଏବଂ ମଧ୍ୟାହ୍ନ ଭୋଜନ ସୁବିଧା ନଥିବାରୁ ଅଧିକାଂଶ ପିଲା ପାଠ ଛାଡ଼ି ଦେଇଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ଡିଏମ୍ଏଫ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ଯାହାକି ଆଗାମୀ ଦିନରେ ଜିଲ୍ଲାରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ କହିଛନ୍ତି । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଡିଏମ୍ଏଫ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons