ରାଇଘର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ଦାମୋଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାପାଙ୍କ କଟୁ କଥା ସହି ନପାରି ଜଣେ ନବମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛି । ଏହି ଛାତ୍ର ହେଲା ଗାଁର ଜରା ଗଣ୍ଡଙ୍କ ପୁଅ ତରୁଣ(୧୫) । ନିଜ ଗାମୁଛାକୁ ବେକରେ ବାନ୍ଧି ତରୁଣ ଏହି କାଣ୍ଡ ଘଟାଇଛି ।
ସୂଚନା ଅନୁସାରେ, ଗତ ରବିବାର ତରୁଣ ଗାଁର କିଛି ପିଲାଙ୍କ ସହ ଖେଳୁଥିଲା । ଅପରାହ୍ଣ ପ୍ରାୟ ୪ ଟାରେ ଜରା କ୍ଷେତରେ କାମକରି ଘରକୁ ଫେରିଥିଲେ । ପୁଅ ଖେଳରେ ମାତିଥିବା ଦେଖି ଜରା ତରୁଣକୁ ଗାଳି କରିଥିଲେ । ପାଠ ନପଢି ବାହାରେ କାହିଁକି ବୁଲୁଛୁ ବୋଲି କହିଥିଲେ । ଏହି କଥାକୁ ତରୁଣ ସହିପାରି ନଥିଲା । ତରୁଣ ଉତ୍କ୍ଷିପ୍ତ ହୋଇ ଘର ଦୁଲାମରେ ଗାମୁଛା ବାନ୍ଧ ଝୁଲି ପଡିଥିଲା । ଖବର ପାଇ ରାଇଘର ପୁଲିସ ଗାଁର ପହଞ୍ଚି ତରୁଣର ମୃତଦେହ ଉଦ୍ଧାର କରିଥିଲା । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଗତ ରବିବାର ସନ୍ଧ୍ୟା ପ୍ରାୟ ୫ ଟାରେ ଏହି କାଣ୍ଡ ଘଟିଥିବା ପୁଲିସ କହିଛି । ତରୁଣ ରାଇଘର ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଥିଲା ।
Comments are closed, but trackbacks and pingbacks are open.