ନବରଙ୍ଗପୁରରେ ଗଣଦୁଷ୍କର୍ମ ପରେ ହତ୍ୟା !

Get real time updates directly on you device, subscribe now.

ନବରଙ୍ଗପୁର : ନବରଙ୍ଗପୁର କୋଷାଗୁମୁଡାରେ ଚାଞ୍ଚଲ୍ୟ । ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ।, ଶନିବାର ସକାଳେ କୋଷାଗୁମୁଡାର ଗୁମଣ୍ଡଳୀ ଗାଁ ନିକଟ ବିଲରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଲୋକେ ଦେଖିଥିଲେ । ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡିଥିବାର ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ଗ୍ରାମବାସୀମାନେ ଗଣଦୁଷ୍କର୍ମ ପରେ ନାବାଳିକା ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି । ମୃତ ନାବାଳିକାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ତେବେ ଦୁଷ୍କର୍ମକାରୀ ଆଖପାଖ ଅଞ୍ଚଳର ହୋଇଥିବା ଆଶଙ୍କା କରାଯାଉଛି । କିଭିଳି ଓ କେଉଁ ପରିସ୍ଥିତିର ଏ ଘଟଣା ଘଟିଲା ସେନେଇ ସାଧାରଣରେ ବେଶ ଆଲୋଡନା ରହିଛି । ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଇଥିବା ଜଣାଯାଇଛି । ତେବେ ଖବର ଲେଖା ହେବା ପର୍ୟ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons