ନବରଙ୍ଗପୁରରେ ଶବ ରଖି ରାସ୍ତା ଅବରୋଧ

Get real time updates directly on you device, subscribe now.

ନବରଙ୍ଗପୁର : ଚନ୍ଦାହାଣ୍ଡି ସଡକ ଦୁର୍ଘଟଣାରେ ୨ ଶିଶୁ ମୃତ ଘଟଣାରେ ଆଜି ନୂଆ ମୋଡ ନେଇଛି। ଆଜି ଆଉ ଜଣେ ମୃତ ଶିଶୁର ଶବ ଗାଁରେ ପହଞ୍ଚିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁର ଶବକୁ କଂଗ୍ରେସ ନେତା କ୍ଷମରାଜ ବାଘ, ସନ୍ତୋଷ ପଟ୍ଟନାୟକ, ହୁମେଶ୍ବର ହଂସ, କେଦାର ପୂଜାରୀ ପ୍ରମୁଖ ଶତାଧିକ ଲୋକ ପ୍ରାୟ ଅଢ଼େଇ କିଲୋମିଟର ବୋହି ଆଣି ଚନ୍ଦାହାଣ୍ଡି ବସଷ୍ଟାଣ୍ଡ ନିକଟରେ ମୁଖ୍ୟ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରାଯାଇଛି । କ୍ଷତିପୁରଣ ନମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି। ରାସ୍ତା ଉପରେ ଶବ ରଖିବା ଫଳରେ ରାସ୍ତାର ଉଭୟ ପାଶ୍ବରରେ ଗାଡି ମୋଟର ଅଟକି ରହିଛି।
ପ୍ରକାଶ ଥାଉକି, ଗତକାଲି ଜଣେ ମୃତକ ଶିଶୁ ନନ୍ଦିନିର ଶବ ଗାଁରେ ପହଞ୍ଚିବା ପରେ ତାଙ୍କ ଘର ଆଗରେ ରଖି ଗ୍ରାମବାସୀ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଉପରୁ ଶବକୁ ଉଠାଇଥିଲେ। ତେବେ ଜିଲ୍ଲାପାଳଙ୍କ ସହ ଫୋନରେ ଆଲୋଚନା ପରେ ମୃତକ ପରିବାରକୁ ତିନି ଲକ୍ଷ ଟଙ୍କା ପନ୍ଦର ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ତହସିଲଦାର ହୃଦାନନ୍ଦସିଂ ମାଝୀ ଲିଖିତ ଭାବେ ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ । ଯଦି ପନ୍ଦର ଦିନ ମଧ୍ୟରେ କ୍ଷତି ପୂରଣ ନଦେଲେ ପୁନର୍ବାର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କଂଗ୍ରେସ ନେତା କ୍ଷେମରାଜ ବାଘ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons