ନବୀନଙ୍କ ସୁରକ୍ଷା ସାରଥୀ ସାଜିଲେ ପାଣ୍ଡିଆନ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗାଡ଼ିର ଡ୍ରାଇଭର୍ ସିଟ୍ରେ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ସମଗ୍ର ରାଜ୍ୟରେ ଏହା ଏବେ ଚର୍ଚ୍ଚାର ବିଷୟ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଏକ ନୂଆ ଚିତ୍ର ଦେଖିବାକୁ ମିଳିଥିଲା । କରୋନା କଟକଣା ଯୋଗୁଁ ଏଥର ନିରାଡ଼ମ୍ବର ଉତ୍ସବ ପାଳନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ କାର୍ରେ ପ୍ରଦର୍ଶନୀ ପଡ଼ିଆ ଆସିଥିଲା ବେଳେ କାର୍ ଡ୍ରାଇଭିଂ କରିଥିଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆସି ଉତ୍ସବସ୍ଥଳରେ ପହଞ୍ଚିବା ମାତ୍ରେ ଚାଳକ ଆସନରେ ପାଣ୍ଡିଆନଙ୍କୁ ଦେଖି ଉପସ୍ଥିତ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଶ୍ରୀ ପାଣ୍ଡିଆନ୍ ନିଜେ କାର୍ ଚଳାଇ ନବୀନଙ୍କୁ ଆଣିଥିଲେ । କାର୍ଯ୍ୟକ୍ରମ ସରିବା ପରେ ପୁଣି କାର୍ ନିଜେ ଚଳାଇ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ନିବାସ ଫେରିଥିଲେ । କରୋନା ସତର୍କତା ଦୃଷ୍ଟିରୁ ଜଣେ ବରିÂ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ପାଣ୍ଡିଆନ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିନା ସଙ୍କୋଚରେ ନିଜେ ଗାଡ଼ି ଚଳାଇ ଆଣିବାକୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons