ନବୀନ ନିବାସରେ ବିଜେଡିର ବୈଠକ

Get real time updates directly on you device, subscribe now.

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ବୈଠକ। ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେପ୍ଟେମ୍ବର ୨ରୁ ସଦସ୍ୟତା ସଂଗ୍ରହ ଅଭିଯାନ ରଣନୀତି ପାଇଁ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ତତ୍ବାବାଧାନ ଓ ସଂଯୋଜନା ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କାର‌୍ୟକ୍ରମ ସେପ୍ଟେମ୍ବର ୨ ତାରିଖଠୁ ଆରମ୍ଭ ହେବ ।ତେବେ ଏହି କମିଟିରେ ସଦସ୍ୟ ରହିଛନ୍ତି ସାଂସଦ ପ୍ରସନ୍ନ ଆଚାର‌୍ୟ, ବିଧାୟିକା ପ୍ରମିଳା ମଲିକ, ପୂର୍ବତନ ବିଧାୟକ ସଂଞ୍ଜୟ ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମନୋନିତ କରାଯାଇଛି । ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କମିଟିର ଆବାହକ ଭାବେ ମନୋନିତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons