‘ନମସ୍ତେ ଲଫନ’ ପରେ ‘ସୂର୍ଯ୍ୟବଂଶୀ’

Get real time updates directly on you device, subscribe now.

ଅଲି ଅବାସ୍ ଜଫରଙ୍କ ନିର୍ଦ୍ଦେଶିତ ‘ଭାରତ’ରେ ସିନେପ୍ରେମୀଙ୍କ ମନ କିଣିବା ପରେ ରୋହିତ ଶେଟ୍ଟୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ସ୍କ୍ରିନ୍ ଶେୟାର କରିବେ କ୍ୟାଟ୍ରିନା କୈଫ୍ । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର । ଫିଲ୍ମ ‘ନମସ୍ତେ ଲଣ୍ଡନ’ ପରେ ଅକ୍ଷୟଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଯାଉଥିବାରୁ କ୍ୟାଟ୍ରିନା ବହୁତ ଖୁସି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଭଉୟଙ୍କ ମଧ୍ୟରେ କେମିଷ୍ଟ୍ରି ଆଦୌ ବଦଳିନି । ଅକ୍ଷୟଙ୍କ ସହ କାମ କରିବା ଅର୍ଥ ଘରକୁ ଫେରିବା ସହ ସମାନ ବୋଲି କ୍ୟାଟ୍ରିନା କହିଛନ୍ତି । ଅକ୍ଷୟ ଜଣେ ଚମକ୍ରାର ଅଭିନେତା । କାମ ପ୍ରତି ସେ ସମ୍ପୂଣ୍ଣ ର୍ ସମର୍ପିତ । କାମ ପ୍ରତି ତାଙ୍କ ଭଲପାଇବା ଯେ କେହି ଜାଣିପାରିବ କହି ଅକ୍ଷୟଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି କ୍ୟାଟ୍ରିନା । ‘ସୂର୍ଯ୍ୟବଂଶୀ’ ଜରିଆରେ ସେ ପ୍ରଥମ ଥର ରୋହିତ ଶେଟ୍ଟୀଙ୍କ ସହ କାମ କରିବାକୁ ଯାଉଛନ୍ତି । ତେଣୁ ତାଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୭ରେ ଫିଲ୍ମଟି ମୁକ୍ତିଲାଭ କରିବ । ‘ସୂର୍ଯ୍ୟବଂଶୀ’କୁ ସେ ଏକ ଚ୍ୟାଲେଞ୍ଜିଂ ଫିଲ୍ମ କହନ୍ତି । ଫିଲ୍ମ କ୍ୟାରିଅର୍ରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି । ଆଜିକାଲି ସୋସିଆଲ୍ ମିଡିଆରେ ଯେଉଁ ଟ୍ରୋଲ୍ ହେଉଛି, ଏସବୁକୁ ସେ ଆଦୌ ଖାତିର କରନ୍ତି ନାହିଁ । ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚିବାକୁ ଦେବାରେ କ୍ୟାଟ୍ରିନା ବିଶ୍ୱାସ କରନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons