ଜଗତସିଂହପୁର : ନର୍ସ ନିହାରିକା ହତ୍ୟା ଘଟଣାର ତଦନ୍ତ ଲାଗି ମୃତ ନିହାରିକାଙ୍କ ଘର ଭିଙ୍ଗାରପୁରରେ ପହଁଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସ୍ପି। ବାପା, ଭାଇ, ମାଆ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ତଦନ୍ତ କରିଛନ୍ତି ଏସ୍ପି।
ହତ୍ୟାକାଣ୍ଡରେ ଆଉ କେଉଁମାନେ ଜଡିତ ଅଛନ୍ତି ସେ ବିଷୟରେ ତଦନ୍ତ କରାଯାଉଥିବା ଜଗତସିଂହପୁର ଏସପି କହିଛନ୍ତି। ନିହାରିକା ହତ୍ୟା ଘଟଣାରେ ପୁଲିସ ତାର ପ୍ରେମିକ ରାଜା ଓରଫ ଇଶ୍ୱର ଆଞ୍ଚଲକୁ ଗିରଫ କରି କୋର୍ଟଚାଲାଣ କରିଛି।
ଆଗାମୀ ସମୟରେ ରାଜାକୁ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିବା ପୂର୍ବରୁ ମୃତ ନିହାରିକାଙ୍କ ଘରକୁ ଯାଇ ତାଙ୍କ ବାପା ମାଆ ଓ ଭାଇଙ୍କୁ ପଚରା ଉଚରା କରିଛି।
Comments are closed, but trackbacks and pingbacks are open.