ନର୍ସ ନିହାରିକା ହତ୍ୟା କାଣ୍ଡ ପରେ ପୁଣି ଚର୍ଚ୍ଚାରେ ଜଗତସିଂହପୁର: ରହସ୍ୟ ଘେରରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣା

Get real time updates directly on you device, subscribe now.

ଜଗତସିଂପୁର : ନର୍ସ ନିହାରିକା ହତ୍ୟାକାଣ୍ଡ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ଜଗତସିଂହପୁରରେ ଜଣେ ବିବାହିତ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଜବତ ଘଟଣା ରହସ୍ୟ ଘେରରେ । ଜଗତସିଂହପୁର ବାଲିକୁଦା ଗାଁ ପ୍ରାଥମିକ ବିଦ୍ୟାଳୟ ଛାତ ଉପରୁ ମିଳିଥିବା ଅର୍ଦ୍ଧଦଗ୍ଧ ଯୁବକଙ୍କ ଏଭଳି ଘଟଣା ପଛରେ ଏକ ପ୍ରେମକାହାଣୀ ଥିବା ସନ୍ଦେହ କରାଯାଉଛି। । ମୃତକ ନୟାଗଡ଼ ଚାନ୍ଦପୁର କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ । ପରକୀୟା ପ୍ରୀତି ପାଇଁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି, ସେପଟେ ପାରିପାର୍ଶ୍ବିକ ସ୍ଥିତି ଏୟା ମଧ୍ୟ କହୁଛି ହୁଏତ କୃଷ୍ଣଚନ୍ଦ୍ର ପ୍ରେମ ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି। ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ କରୁଛି।
କୃଷ୍ଣଚନ୍ଦ୍ରଙ୍କର ମୃତ ଦେହ ମିଳିଥିବା ସ୍ଥାନରେ ରକ୍ତରେ ମଧୁ ବୋଲି ଲେଖା ଯାଇିଛି । ତେବେ ଏବେ ମଧୁ କିଏ ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁର ବାଲିକୁଦା ଦେବଗ୍ରାମ ସ୍କୁଲ ଛାତ ଉପରୁ ଅର୍ଦ୍ଧଦଗ୍ଧ ଯୁବକଙ୍କୁ ଉଦ୍ଧାର କରାଯିବା ଏବଂ ପରେ ତାଙ୍କର ମୃତ୍ୟୁ ପଛରେ ରହିଛି ଏକ ପ୍ରେମ କାହାଣୀ। ମୃତକ ନୟାଗଡ଼ ଚାନ୍ଦପୁର କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ । କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ଚିହ୍ନଟ କରିଛନ୍ତି । ତେବେ ପରକୀୟା ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
କୃଷ୍ଣଚନ୍ଦ୍ରଙ୍କୁ କିଏ ମାରିଛି ? କିଏ ତାଙ୍କୁ ଡାକି ମର୍ଡର କରିଥିବା କୃଷ୍ଣଙ୍କ ପତ୍ନୀ କହୁଛନ୍ତି ? କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା ।ଶେଷରେ ହାଇଦ୍ରାବାଦରେ କାମ କରୁଥିବା କୃଷ୍ଣ ୮ ଦିନ ହେବ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିବା ବେଳେ ଦୁଇ ଦିନ ହେବ ଘରୁ ବାହାରି ଆସିଥିଲେ । ତେଣୁ ମଧୁ ହିଁ ତାଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏବେ ସସପେନ୍ସରେ ମଧୁ । ମଧୁଙ୍କୁ ପୁଲିସ ଠାବ କରି ପାରିଲେ ସତ୍ୟ ଉନ୍ମୋଚିତ ହୋଇପାରିବେ । ଏବେ ପୁଲିସ ମଧୁଙ୍କୁ ଖୋଜିବା ସହ ତଦନ୍ତୁକୁ ଆହୁରି ତ୍ୱରାନିତ୍ୱ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons