ଭଞ୍ଜନଗର: ନଵବଧୂଙ୍କ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ କିରିଅମ୍ବା ଜଙ୍ଗଲରେ ଜଣେ ନବବଧୁର ଗଳିତ ଶବକୁ ତାରସିଙ୍ଗି ପୋଲିସ ଉଦ୍ଧାର କରିଛି। ନଵବଧୂ ଶୁଭ ଶ୍ରୀ ଗୌଡ଼ ବୁଗୁଡା଼ ପାଣିକେଶର ଗ୍ରାମର ।
ସେ ଦୁଇ ମାସ ତଳେ ଭଗବାନପୁର ଗ୍ରାମର ଯୁବକ ଶରତ ଗୌଡ଼ଙ୍କୁ ବିବାହ କରିଥିଲେ । ବିବାହପରେ ସ୍ବାମୀ ସ୍ତ୍ରୀ ଭୁବନେଶ୍ବର ସାଲିଆ ସାହିରେ ରହୁଥିଲେ । ତେବେ ବିବାହ ପରଠାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ସ୍ବାମୀକୁ ସ୍ତ୍ରୀ ପସନ୍ଦ କରୁନଥିଲା । ସଏପରିକି ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ନଥିଲା । ଫଳରେ ଗତ ଜୁନ ୭ତାରିଖରେ ନିଜ ଗାଁକୁ ଯାଇ ଭୁବନେଶ୍ବର ଫେରିବା ରାସ୍ତାରେ କ୍ଲଚ ୱାୟାରରେ ସ୍ତ୍ରୀର ତଣ୍ଟି ଚିପି ସ୍ବାମୀହତ୍ୟା କରିବା ପରେ ଅଖାରେ ପୂରାଇ ଏହି ଜଙ୍ଗଲେ ଫିଙ୍ଗି ଦେଇଥିଲା। କିନ୍ତୁ କିଛି ଦିନ ହେଲା ଝିଅର ପତା ନମିଳିବାରୁ ଝିଅର ପରିବାର ଚିନ୍ତିତ ଥିଲେ । ଝିଅର କୌଣସି ସୂଚନା ନମିଳିବାରୁ ନବ ବଧୂଙ୍କ ବାପଘର ଲୋକେ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୋଲିସ ସ୍ବାମୀ ଶରତ ଗୌଡକୁ ଅଟକ ରଖି ଜେରା କରିବାବେଳେ ସେ ସମସ୍ତ ଖତା ମାନି ଯାଇଥିଲା । ଆଜି ଶବ ଫିଙ୍ଗିଥିବା ଯାଗା ପୋଲିସକୁ ଦେଖାଇଥିଲା । ପୋଲିସ ଶବର କିଛି ଅଂଶ ଜବତ କରିବା ସହ ଶରତ ଗୌଡକୁ ଗିରଫ କରିଛି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ବୁଗୁଡା ଥାନା ଆଇଆଇସି କହିଛନ୍ତି ।


Comments are closed, but trackbacks and pingbacks are open.