ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଅବକାରୀ ବିଭାଗ ସହ ମିଳିତ ଚଢଉ କରାଯାଇ ଆଜି ଲକ୍ଷାଧିକ ଟଙ୍କାର ପୋଚ ଏବଂ ମଦ ନଷ୍ଟ କରାଯାଇଛି । ଜଙ୍ଗଲରେ ଚାଲିଥିବା ଭାଟି ଭଙ୍ଗାଯିବା ସହ ରନ୍ଧା ସାମଗ୍ରୀ ଜବତ କରାଯାଇଥିବା ଓଆଇସି ସଞ୍ଜୟ କୁମାର କାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ବୈପାରିଗୁଡ଼ା ଏବଂ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସଦର ଥାନା ଅନ୍ତର୍ଗତ ନୀଳାଗୁଡ଼ାରେ ଚଢଉ କରାଯାଇଥିଲା । ଗାଁ ପାଖ ଜଙ୍ଗଲରେ ମଦ ରନ୍ଧା ହେଉଥିଲା । ପୁଲିସ ଚଢଉ ଦେଖି ଯିଏ ଯୁଆଡେ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ ଥିବା ଏକାଧିକ ଭାଟି ଭଙ୍ଗାଯାଇଥିଲା । ୩ ହଜାର ୧୦୦ ଲିଟର ପୋଚ ଏବଂ ୧୫୦ ଲିଟର ମଦ ନଷ୍ଟ କରାଯାଇଥିଲା । ମଦ ରନ୍ଧାରେ ବ୍ୟବହୃତ ପ୍ଲାଷ୍ଟିକ, ଟିଣ ଡ୍ରମ୍ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଓଆଇସି ଶ୍ରୀ କାଣ୍ଡିଙ୍କ ସମେତ ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ, ବୈପାରିଗୁଡ଼ା ଅବକାରୀ ଏଏସ୍ଆଇ ରଶ୍ମିରଞ୍ଜନ ନାୟକ ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.