ନଷ୍ଟ ହୋଇଗଲାଣି ସମ୍ବାରତୋଟା ରାସ୍ତା

Get real time updates directly on you device, subscribe now.

ଜୟପୁର: ବର୍ଷା ପୂର୍ବରୁ ମରାମତି କରାଗଲା ନାହିଁ । ଏବେ ରାସ୍ତା ନଷ୍ଟ ହେବା ସହ କାଦୁଅପଚପଚ ହୋଇପଡ଼ିଛି । ଏଭଳି ଦେଖିବାକୁ ମିଳିଛି ସମ୍ବାରତୋଟାରୁ ଏନ୍କେଟି ରୋଡକୁ ସଂଯୋଗ କରୁଥିବା ରାସ୍ତା କ୍ଷେତ୍ରରେ । ଏହି ରାସ୍ତା ଉପରେ କେଲା ନଗର, ମାଣ୍ଡିଆ ଭ;ାସାହି ଓ ସମ୍ବାରତୋଟା ବାସିନ୍ଦା ନିର୍ଭର କରୁଛନ୍ତି । ପୁରୁଣା ରାସ୍ତା ପ୍ରତି ପୌରପାଳିକା ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ।
ସାହିବାସିନ୍ଦା କହିଛନ୍ତି, ବହୁବର୍ଷ ତଳେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ମେଟାଲ ରାସ୍ତାରେ ପିଚୁ ପକାଯାଇଥିଲା । କିନ୍ତୁ ଏହାର ରକ୍ଷଣାବେକ୍ଷଣ ପ୍ରତି ପୌରପାଳିକା ଦୃଷ୍ଟି ଦେଲା ନାହିଁ । ରାସ୍ତାରୁ ପିଚୁ ବାହାରିବା ପରେ ବି ପଦକ୍ଷେପ ନେଲା ନାହିଁ । ଫଳରେ ଆସ୍ତେ ଆସ୍ତେ ଏହା ନଷ୍ଟ ହେବାରେ ଲାଗିଲା । ଏବେ ରାସ୍ତାର କୌଣସି ସ୍ଥାନରେ ଆଉ ପିଚୁ ନାହିଁ । ଏମିତିକି ମେଟାଲ ମଧ୍ୟ ବାହାରିବାରେ ଲାଗିଛି । ଖରା ଦିନରେ କିଛି ଜଣାପଡୁ ନଥିଲା । ଏବେ ବର୍ଷା ଯୋଗୁ ରାସ୍ତାର ଅଧିକାଂଶ ସ୍ଥାନରେ ପାଣି ରହିବା ଦ୍ୱାରା ଯିବାଆସିବାରେ ସମସ୍ୟା ହେଉଛି । ରାସ୍ତା ନିର୍ମାଣ ପାଇଁ ଅନେକ ଥର ଦାବି ହୋଇଛି । ପୌର ବୈଠକରେ ଆଲୋଚନା ବି ହୋଇଛି । କିନ୍ତୁ ଏହାକୁ ନା ମରାମତି କରାଗଲା ନା ନୂଆ କରି ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲା । ବର୍ତ୍ତମାନ ସହରର ଅନେକ ସ୍ଥାନରେ ପେଭର ବ୍ଲକ ଓ ପିଚୁ ରାସ୍ତା ନିର୍ମାଣ କରାଯାଉଛି । ଏମିତିକି ଅନେକ ସ୍ଥାନରେ ଜନବସତି ନଥିଲେ ମଧ୍ୟ ରାସ୍ତା ନିର୍ମାଣ କରାଯାଉଛି । କିନ୍ତୁ ଯେଉଁ ରାସ୍ତା ଉପରେ ଶହଶହ ପରିବାର ନିର୍ଭର କରୁଛନ୍ତି, ସେହି ରାସ୍ତାକୁ ଅଣଦେଖା କରାଯାଉଛି । ତୁରନ୍ତ ଏହି ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନିଆଯାଉ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons