ନାକାମାମୁଡ଼ିରେ ମାଓ ବ୍ୟାନର୍

Get real time updates directly on you device, subscribe now.

ଚିତ୍ରକୋଣ୍ଡା,(ମାନସ ରଥଙ୍କ ରିପୋର୍ଟ): କେନ୍ଦୁପତ୍ର ବ୍ୟବସାୟୀଙ୍କ ବିରୋଧରେ ତେଜିଲା ଲାଲବାହିନୀ । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଲାଲ୍ ରଙ୍ଗର ମାଓ ବ୍ୟାନର୍ ଲଗାଯାଇଛି । ବ୍ୟାନର୍ରେ ଘରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାର୍ଗେଟ କରାଯାଇଛି । ଏଥିରେ ୩ ଦଫା ଦାବି ଯଥା- କେନ୍ଦୁପତ୍ର ତୋଳାଳିଙ୍କୁ ସଠିକ୍ ଦାମ ପ୍ରଦାନ, ଯେତିକି ଟଙ୍କାରେ ପତ୍ର କିଣାଯାଉଛି ତାର ୧୦୦ ପ୍ରତିଶତ ବୋନସ୍ ତୁରନ୍ତ ପ୍ରଦାନ ସହ କେନ୍ଦୁପତ୍ର ତୋଳାଳିଙ୍କ ପୁଅ, ଝିଅଙ୍କ ପଢ଼ା ଖର୍ଚ୍ଚ, ବାହାଘର ଖର୍ଚ୍ଚ ଓ ପରିବାରର କାହାର ମୃତୁ୍ୟ ହେଲେ ଉକ୍ତ ଖର୍ଚ୍ଚ ବହନ କରିବାକୁ ଦାବି କରାଯାଇଛି । ଏହାକୁ ନମାନିଲେ ପୂର୍ବରୁ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ନେଇ ଧମକ ଦିଆଯାଇଛି । ପୋଷ୍ଟର ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons