ରାୟଗଡା,(ବି.ବି.ନୁ୍ୟଜ୍): ନାଗରିକତା ସଂଶୋଧନ ନିୟମକୁ ନେଇ ବିଜେପି ପକ୍ଷରୁ ସହରର ବୁଦ୍ଧିଜୀବୀ ଓ ବରିÂ ନାଗରିକଙ୍କୁ ନେଇ ଏକ ଆଲୋଚନାଚକ୍ର ସ୍ଥାନୀୟ ହୋଟେଲରେ ଅନୁÂିତ ହୋଇଯାଇଛି । ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦଳର ମିଡିଆସେଲ ରାଜ୍ୟମୁଖ୍ୟ ଗୋଲକ ବିହାରୀ ମହାପାତ୍ର ଯୋଗଦେଇ ସିଏଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦେଶର ବିଭାଜନ ଧାର୍ମିକ ଆଧାରରେ ହୋଇନଥିଲେ ଆଜି ଦେଶରେ ନାଗରିକତା ସଂଶୋଧନ ଆଇନର ଆବଶ୍ୟକତା ନଥାନ୍ତା । ପଡେ଼ାଶୀ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ରହୁଥିବା ହିନ୍ଦୁ, ବୌଦ୍ଧ, ଶିଖ, ଜୈନ, ପାର୍ଶୀ ଓ ଖ୍ରୀଷ୍ଟିୟାନଙ୍କର ସ୍ୱାର୍ଥ ପାଇଁ ଏହି ଆଇନ ଅଣାଯାଇଥିବା ସେ କହିଥିଲେ । ଦେଶରେ ରହୁଥିବା ୨୫କୋଟି ମୁସଲମାନଙ୍କ ପ୍ରତି ଏହି ଆଇନ ପ୍ରଣୟନ ଦ୍ୱାରା କୌଣସି କ୍ଷତି ହେବ ନାହିଁ ବରଂ ସେମାନେ ଦେଶର ନାଗରିକତା ପାଇପାରିବେ । ଏହି ଆଇନ ଲାଗୁ ହେବା ଦ୍ୱାରା ପଡୋଶୀ ଦେଶରେ ରହୁଥିବା ଶରଣାର୍ଥୀଙ୍କୁ ଅଧିକାର ମିଳିପାରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରଜତ ମାଦଳା, ବିଜେପି ଆଦିବାସୀ ସେଲ ରାଷ୍ଟ୍ରୀୟ ଉପସଭାପତି କାଳିରାମ ମାଝୀ, ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲାକା, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.କୃପାସିନ୍ଧୁ ପାଣିଗ୍ରାହୀ, ଓକିଲ ଜଗଦୀଶ ପଣ୍ଡା ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବରିÂ ନାଗରିକ ସଂଘ ଉପଦେଷ୍ଟା ନରସିଂହନାଥ ପାଢୀ, ଦେବେନ୍ଦ୍ର ମହାପାତ୍ର, ସତ୍ୟବାଦୀ ପତି, ଗୋପସୁନ୍ଦର ଦାସ, ଉଦୟନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କିଶୋରଚନ୍ଦ୍ର ପଣ୍ଡା ପରିଚାଳନା କରିଥଲେ ।
Comments are closed, but trackbacks and pingbacks are open.