ନାଗ ଦଂଶନରେ ସାପୁଆ କେଳା ମୃତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ସବୁଦିନ ସାପ ଖେଳାଇ ନିଜ ପେଟ ପୋଷୁଥିଲେ । କିନ୍ତୁ କିଏ ଜାଣିଥିଲା ସାପ କାମୁଡ଼ାରେ ତାଙ୍କ ଜୀବନ ଯିବ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘଟା ପଞ୍ଚାୟତ କୃଷ୍ଣନଗରରେ ଜନୈକ ୫୫ ବର୍ଷିୟ ସାପୁଆ କେଳାର ଏକ ନାଗ ସାପ ଦଂଶନରେ ମୃତୁ୍ୟ ହୋଇଛି । ମୃତକ ଜଣକ ହେଲେ ଜଳେଶ୍ୱର ମୁ୍ୟନିସିପାଲିଟି ଅନ୍ତର୍ଗତ ନୂଆବଜାର ଅଞ୍ଚଳର ରଞ୍ଜନ ନାୟକ ।
ସୂଚନା ଅନୁଯାୟୀ, ରଞ୍ଜନ ନାୟକ ଓ ତାଙ୍କ ପତ୍ନୀ ବିଭିନ୍ନ ସ୍ଥାନରେ ସାପ ଖେଳ ଦେଖାଇ ଜୀବିକା ମେଣ୍ଟାଇଥା’ନ୍ତି । ହେଲେ ମଙ୍ଗଳବାର ରଞ୍ଜନ ପତ୍ନୀଙ୍କୁ ନ ନେଇ ଏକୁଟିଆ କୃଷ୍ଣନଗର ସ୍ଥିତ ଆଦିବାସୀ ସାହିରେ ସାପ ଖେଳ ଦେଖାଇବାକୁ ଯାଇଥିଲେ । ସେ ସେଠାରେ ନିଜ ପେଡ଼ିରେ ରଖିଥିବା ୨ଟି ତମ୍ପ ସାପ ଖେଳାଉଥିଲେ । ଏହି ସମୟରେ ସନିଆ ଅଣ୍ଡିଆ ନାମକ ଜଣେ ଯୁବକ ୬୦ନଂ ବାଇପାସ୍ ନିକଟ ନିଜ କାର୍ଯ୍ୟାଳୟରେ ଏକ ନାଗ ଥିବା ଜାଣି ତାକୁ ଧିବା ପାଇଁ ରଞ୍ଜନଙ୍କୁ ଡାକି ନେଇଥିଲେ । ରଞ୍ଜନ ସେଠାକୁ ଯାଇ ନାଗକୁ ଧରିବା ସମୟରେ ସାପ ତାଙ୍କୁ ଦଂଶନ କରିଥିଲା । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ଜଳେଶ୍ୱର ଥାନା ଏସ୍ଆଇ ନଗରଦୀପ ସେଠୀ ପହଞ୍ଚି ମୃତଦେହ ଜବତ କରିଥିଲେ । ଏନେଇ ପୁଲିସ କେସ୍ ନଂ ୧୯/୨୦୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସବୁଦିନ ଯେଉଁ କେଳା ସାପ ଖେଳାଇ ନିଜର ଜୀବିକା ନିର୍ବାହ କରୁଥିଲା, ସେହି ସାପ ଦଂଶନରେ ତାଙ୍କର ମୃତୁ୍ୟ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons