ନାବାଳକଙ୍କୁ ଯୁକ୍ତ ୨ ପରୀକ୍ଷା ପାଇଁ ହାଇକୋର୍ଟ ଦେଲେ ଜାମିନ୍

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ମା’ ସହ ଜୋର ଜବରଦସ୍ତ ଅନୈତିକ ସଂପର୍କ ରଖିଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଗିରଫ ହୋଇଥିବା ନାବାଳକକୁ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ ଦେଇଛନ୍ତି । ଅଭିଯୁକ୍ତର ଯୁକ୍ତ ୨ ପରୀକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ତେବେ ଜାମିନ୍ ସମୟରେ ନାବାଳକଙ୍କ ପିତା ଅଦାଲତରେ ଏକ ସତ୍ୟପାଠ ଦାଖଲ କରିବେ । ଯେଉଁଥିରେ ତାଙ୍କ ପୁଅ ଜାମିନ୍ରେ ଥିବା ସମୟରେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ରହିବ ନାହିଁ କି କୌଣସି ଅପରାଧୀଙ୍କ ସହ ସମ୍ପର୍କ ରଖିବ ନାହିଁ ଓ ଜାମିନ ସମୟରେ ନିଜ ପାଠପଢାରେ ମନୋନିବେଶ କରିବ ବୋଲି ପ୍ରତିଶ୍ରୁତି ଦେବେ । ସ୍ଥାନୀୟ ଚାଇଲଡ୍ ପ୍ରୋବେସନ୍ ଅଫିସର ବିଭିନ୍ନ ସମୟରେ ତାଙ୍କ ଘରକୁ ପରିଦର୍ଶନ କରି ଏହି ନାବାଳକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ୨୦୨୦ ମସିହା ଅକ୍ଟୋବର ୧୩ ତାରିଖ ଦିନ ଜଣେ ବ୍ୟକ୍ତି ନାବାଳକଙ୍କ ଘରକୁ ଆସି ତାଙ୍କ ମା’ଙ୍କୁ ଧମକଚମକ ଦେଇ ଅନୈତିକ ସମ୍ପର୍କ ରଖିଥିଲେ । ଏହି ଘଟଣାରେ କ୍ଷୁବ୍ଧ ହୋଇ ନାବାଳକ ଜଣକ ଏକ ଟାଙ୍ଗିଆରେ ସମ୍ପୃକ୍ତ ବ୍ୟକ୍ତିକୁ ଆକ୍ରମଣ କରିଥିଲେ । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲା । ଏହି ହତ୍ୟାକାଣ୍ଡ ବେଳକୁ ନାବାଳକକୁ ୧୭ବର୍ଷ ହୋଇଥିଲା । ସେତେବେଳେ ଅଭିଯୁକ୍ତ ନାବାଳକ ଜଣକ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ କଲେଜର ଯୁକ୍ତ ୨ର ଛାତ୍ର । ଶେଷ ବର୍ଷ ପରୀକ୍ଷା ଦେବାଲାଗି ସେ ଇତିମଧ୍ୟରେ ଫର୍ମ ଫିଲ୍ ଅପ୍ ମଧ୍ୟ କରିସାରିଛି । ଏଥିଲାଗି ତାକୁ ଅନ୍ତରୀଣ ଜାମିନ ମଧ୍ୟ ମିଳିଥିଲା । କିନ୍ତୁ ପରୀକ୍ଷା ଦେବାଲାଗି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ପକ୍ଷରୁ ତା’ର ଆବେଦନକୁ ଖାରଜ କରି ଦିଆଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ଯେ, ନାବାଳକର କୌଣସି ପ୍ରକାର ପୂର୍ବ ଅପରାଧିକ ପୃÂଭୂମି ନାହିଁ । କେବଳ ଏକ ଝୁଙ୍କ୍ରେ ସେ ଏଭଳି ଅଘଟଣ କରି ବସିଛି । ଫର୍ମ ଫିଲ୍ଅପ ପାଇଁ ଜାମିନ୍ରେ ଯାଇ ନାବାଳକ ଜଣକ କୌଣସି ପ୍ରକାର ସର୍ତ୍ତ ଖିଲାପ କରିନାହାନ୍ତି । ତେଣୁ ତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରାଯାଉଛି ବୋଲି ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons