ନବରଙ୍ଗପୁର,(ବି.ବି.ନୁ୍ୟଜ୍): ବିବାହ ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ୨ ବର୍ଷ ଧରି ଦୁଷ୍କର୍ମ କରିବା ମହଙ୍ଗା ପଡିଛି । ଏହିଭଳି ସଙ୍ଗୀନ ଅଭିଯୋଗରେ ମୌଦଲପୁର ଲ୍ୟାମ୍ପସ୍ ପୂର୍ବତନ ଭାରପ୍ରାପ୍ତ ଏମ୍ଡି ନରସିଂହ ନାୟକଙ୍କୁ ପାପଡାହାଣ୍ଡି ପୁଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ପାପଡାହାଣ୍ଡି ଥାନା ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାକୁ ବିବାହ କରିବା ପ୍ରଲୋଭନ ଦେଖାଇ ଦୀର୍ଘ ୨ବର୍ଷ ହେଲା ଶ୍ରୀ ନାୟକ ଦୁଷ୍କର୍ମ କରିଆସୁଥିଲେ । ପରିବାର ଲୋକ ଜାଣିବା ପରେ ଥାନାରେ ପୂର୍ବତନ ଲ୍ୟାମ୍ପସ୍ ଏମ୍ଡିଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନାରେ ୩୭୨, ୩୭୬ ଓ ପେrା ଆକ୍ଟରେ ଏକ ମାମଲାରୁ ରୁଜୁ କରି ଶ୍ରୀ ନାୟକଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଅଶ୍ୱୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଭାରପ୍ରାପ୍ତ ଲ୍ୟାମ୍ପସ୍ ଏମଡି ଦାୟିତ୍ୱରେ ଥିବା ବେଳେ ଶ୍ରୀ ନାୟକଙ୍କ ବିରୋଧରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ବିଭାଗୀୟ ତଦନ୍ତ ପରେ ତାଙ୍କୁ ଲ୍ୟମ୍ପାସ୍ ଏମଡି ପଦବିରୁ ହଟାଇ ଦିଆଯାଇଥିଲା ।
Comments are closed, but trackbacks and pingbacks are open.