ନାବାଳିକାକୁ ପିସିଆର ଭ୍ୟାନରେ ଉଠାଇନେଲେ: ମହିଳା କର୍ମଚାରୀ ଥାଇ ବି କଲେ ଅଶ୍ଲୀଳ ଆଚରଣ

Get real time updates directly on you device, subscribe now.

ବରଗଡ : ପୁଣି ଲାଗିଲା ଖାକିରେ କଳଙ୍କ । ଜଣେ ନାବାଳିକାକୁ କୌଣସି କାରଣ ନଥାଇ ପିସିଆର ଭ୍ୟାନରେ ଉଠେଇ ନେଲା ପୋଲିସ ।ଆଉ ଦେଢ଼ ଘଣ୍ଟା କାଳ ସହରର ବିଭିନ୍ନ ସ୍ଥାନ ବୁଲାଇବା ପରେ କାହାକୁ କିଛି ନ କହିବା ପାଇଁ ଧମକ ଦେଇ ଘର ଠୁ କିଛି ଦୂରରେ ଛାଡି ଦେଲା ପିସିଆର ଭ୍ୟାନ୍ ।ଏପରି ଏକ ସଙ୍ଗିନ ଅଭିଯୋଗ ଆସିଛି ବରଗଡ଼ ପୋଲିସ ବିରୋଧରେ ।
ଲୋକେ ସମସ୍ୟାରେ ପଡିଲେ କିମ୍ବା ବିପଦରେ ପଡିଲେ ତୁରନ୍ତ ଫୋନ କରିଥାନ୍ତି ପିସିଆରକୁ । ଆଉ ପିସିଆରରେ ଥିବା ପୋଲିସ କର୍ମଚାରୀମାନେ ଅସୁବିଧା ରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି ମାତ୍ର ବରଗଡ଼ରେ ଦେଖିବାକୁ ମିଳିଛି ଏହାର ଠିକ୍ ଓଲଟା ।ଯାହା କି ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହୋଇଛି ।
ସୂଚନାନୁସାରେ, ଗତ ୬ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ଖଲିଆ ପାଲିଗ୍ରାମରେ ସନ୍ଧ୍ୟାରେ ଜଣେ ନାବାଳିକା ଅନଲାଇନ କ୍ଳାସ ସମ୍ପର୍କରେ ବୁଝିବା ପାଇଁ ଜଣେ ସାଙ୍ଗ ଘରକୁ ଯାଉଥିଲେ । ସେହି ସମୟରେ ହଠାତ ସେଇବାଟେ ଯାଉଥିବା ପିସିଆର ଭ୍ୟାନ ଅଟକିଥିଲା ।ସେଥିରେ ବସିଥିବା ପୋଲିସ କର୍ମଚାରୀମାନେ ନାବାଳିକାଜଣକୁ ଗାଡିରେ ବସିବା ପାଇଁ କହିଥିଲେ । ନାବାଳିକାଜଣଙ୍କ ଭୟଭୀତ ହୋଇ ଭ୍ୟାନରେ ବସିଥିଲେ ।ପରେ ତାକୁ ଦୁଇ ଘଣ୍ଟା କାଳ ସହରର ବିଭିନ ସ୍ଥାନ ବୁଲାଇବା ପରେ ଘରଠୁ କିଛି ଦୂରରେ ଛାଡ଼ିଦେଇଥିଲା ବୋଲି ସମ୍ପୃକ୍ତ ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ଏଣେ ତେଣେ ବୁଲାଇବା ସମୟରେ ତାଙ୍କ ପ୍ରତି ଅସଦାଚରଣ କରାଯାଇଥିବା ନାବାଳିକାଜଣଙ୍କ କହିଛନ୍ତି ।ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ନାବାଳିକା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons