ନାବାଳିକାକୁ ପେଟ୍ରୋଲ ଢାଳି ଜାଳି ଦେଇଥିଲେ:ଛଅ ଦିନ ପରେ ଆଖି ବୁଝିଲେ ପୀଡ଼ିତା

Get real time updates directly on you device, subscribe now.

ବାସୁଦେବପୁର, (ବି.ବି.ନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ନୂଆଗାଁ ଗ୍ରାମର ବୁଦ୍ଧିରାମ ତରାଇଙ୍କ ଝିଅ ସୀମା(୧୫) ଶେଷରେ ଆଖି ବୁଜିଛନ୍ତି । କଟକ ବଡ଼ ଡାକ୍ତରଖାନାରେ ଛଅ ଦିନ ମୃତ୍ୟୁ ସହ ସଂଗ୍ରାମ କରି ସୀମା ଆଜି ହାରିଯାଇଛନ୍ତି । ଗତ ୨୧ ତାରିଖରେ ତାଙ୍କୁ ଏକ ତରଫା ପ୍ରେମ ପରେ ବିବାହ ପାଇଁ ପ୍ରେମିକ ବାଧ୍ୟ କରିଥିଲେ । ସୀମା ଅରାଜି ହୋଇଥିଲେ । ପ୍ରେମିକ ସିଦ୍ଧାର୍ଥ ମଳିକ ପ୍ରତିଶୋଧ ପରାୟଣ ହୋଇ ପେଟ୍ରୋଲ ଢାଳି ଜାଳି ଦେଇଥିଲେ । ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ବାସୁଦେବପୁର, ଭଦ୍ରକ ମେଡିକାଲ ପରେ କଟକ ବଡ଼ ମେଡିକାଲ ନିଆଯାଇଥିଲା । ୨୧ ତାରିଖ ଦିନ ପ୍ରାୟ ୩ଟା ବେଳେ ସୀମା ଘରେ ଏକୁଟିଆ ଥିଲେ । ଅଭିଯୁକ୍ତ ସିଦ୍ଧାର୍ଥ ଘରକୁ ଆସି ସୀମାଙ୍କୁ ବାଇକ ଯୋଗେ କେଉଁ ଆଡ଼େ ନେଇ ଯାଇଥିଲେ । ସେଠାରେ ତାଙ୍କୁ ବାହା ହେବାକୁ ବାଧ୍ୟ କରିଥିଲେ । ସୀମା ସିଦ୍ଧାର୍ଥଙ୍କ ନିବେଦନକୁ ପ୍ରତ୍ୟାଖାନ କରିଥିଲେ । ସେଠାରୁ ପୁଣି ଦୁଇ ଜଣ ଘରକୁ ଫେରିଥିଲେ । ସୀମାଙ୍କୁ ଘରେ ସିଦ୍ଧାର୍ଥ ଛାଡ଼ିବା ସହ ଯୋଜନାବଦ୍ଧ ଭାବେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ସୀମା ଚିକ୍ରାର କରିବା ସହ ଘର ଭିତରକୁ ବାହାରକୁ ବାହାରି ଆସିଥିଲେ । ସ୍ଥାନୀୟ ଲୋକେ ତାଙ୍କ ନିଆଁ ମୁହଁରୁ ଉଦ୍ଧାର ବାସୁଦେବପୁର ଡାକ୍ତରଖାନା ନେଇ ପ୍ରାଥମିକ ଚିକିତ୍ସା କରିଥିଲେ । ପୀଡ଼ିତା ପରିବାରର ଅଭିଯୋଗ ମୂଳେ ପୁଲିସ ବାସୁଦେବପୁର ମେଡିକାଲରେ ପହଞ୍ଚି ସୀମାଙ୍କ ବୟାନ ରେକର୍ଡ଼ କରିଥିଲେ । ବୟାନ ବେଳେ ସୀମା ଉକ୍ତ ଘଟଣାବଳୀ ବାବଦରେ ପୁଲିସକୁ କହିଥିଲେ । ଘଟଣା ପରେ ଅଭିଯୁକ୍ତ ସିଦ୍ଧାର୍ଥ ଫେରାର ହୋଇଯାଇଥିଲେ । ଗତକାଲି ପୁଲିସ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା କହିଛି । କେଶ କେଶ ନମ୍ବର ୨୮୧/୧୯ ନମ୍ବର ମୂଳେ ମାମଲା ଋଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons