ଗୋରୁମହିଷାଣୀ,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିନ ମାଣିକପୁର ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିତ ହୋଇଛି । ପ୍ରାପ୍ତ ସୂଚନା ଆଧାରରେ ମାଣିକପୁର ଗ୍ରାମରେ ଜନୈକ କଲେଜ ଛାତ୍ରୀ କଲେଜରୁ ଫେରିବା ସମୟରେ ଜାମଦା ଗ୍ରାମର ସିଙ୍ଗୁ ହେମ୍ଲ୍ରମଙ୍କ ପୁତ୍ର ଲେମ୍ବ ପ୍ରେମ ନିବେଦନ କରି ହଇରାଣ ହରକତ କରୁଥିଲା । ଛାତ୍ରୀ ଜଣକ ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ଅବଗତ କରିଥିଲେ ଏବଂ ଛାତ୍ରୀଙ୍କ ବାପା ଲେମ୍ବକୁ ତାଗିଦ କରିବା ସହିତ ଏଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ କହିଥିଲେ । ମାତ୍ର ଗତ ଏପ୍ରିଲ ମାସ ୧୫ ତାରିଖରେ ଛାତ୍ରଜଣକ କଲେଜରୁ ଫେରୁଥିବା ସମୟରେ ଗ୍ରାମ ନିକଟସ୍ଥ ଏକ ନାଳ ପାଖ ଡୁଙ୍ଗୁରିକୁ ଲେମ୍ବ ଜୋର ଜୋବରଦୋସ୍ତ ଟେକି ନେଇ ଧର୍ଷଣ କରିଥିଲା ଏବଂ ଛାତ୍ରୀଙ୍କ ନଗ୍ନ ଫଟୋ ମୋବାଇଲରେ ଉଠାଇ ରଖି ଧମକ ଦେଇଥିଲା । ଏହି ବିଷୟରେ ଘରେ ତୋ ବାପା କିମ୍ବ।। ଅନ୍ୟ କାହାରିକୁ କହିଲେ ତୋତେ ଜୀବନରୁ ମାରିଦେବି ଓ ଫଟୋ ଭାଇରାଲ କରିଦେବି ବୋଲି ଧମକାଇଥିଲା । ଭୟଭୀତ ହୋଇ ଛାତ୍ରୀ ଜଣକ ଏକଥା ଘରେ କାହାକୁ ଜଣାଇ ନଥିଲେ । ତେବେ ଚଳିତ ମାସ ଅଗଷ୍ଟ ୫ ତାରିଖରେ ଲେମ୍ବ ଛାତ୍ରୀଙ୍କ ଉକ୍ତ ଫଟୋ ଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା । ଉକ୍ତ ଫଟୋଗୁଡିକୁ ଛାତ୍ରୀଙ୍କ ସଂମ୍ପର୍କୀୟ ମାମୁ ଦେଖି ଛାତ୍ରୀଙ୍କୁ ପଚାରିବାରୁ ସେ କାନ୍ଦିକାନ୍ଦି ସମସ୍ତ ବିଷୟ ପରିବାରବର୍ଗଙ୍କ ଆଗରେ ପ୍ରକାଶ କରିଥିଲେ । ପରିବାରବର୍ଗ ଛାତ୍ରୀଙ୍କୁ ଧରି ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ ନମ୍ବର ୩୧/୧୯ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଲେମ୍ବଙ୍କୁ ତାଙ୍କ ଗାଁରେ ଖୋଜାଖୋଜି କରି ପାଇନଥିଲେ । ଛାତ୍ରୀର ଡାକ୍ତର ପରୀକ୍ଷା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଅଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ଚେଷ୍ଟିତ ଅଛି ।
Comments are closed, but trackbacks and pingbacks are open.