କଣ୍ଟାବାଞ୍ଝି,(ବି.ବି.ନୁ୍ୟଜ୍): ବଲାଙ୍ଗିର ଜିଲ୍ଲା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣଓ ଦୁଷ୍କର୍ମ ଅଭିଯୋଗରେ ମୁରିବାହାଲ ଥାନା ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକଙ୍କ ନାଁ ଧୀରେନ୍ଦ୍ର ବାଗ । ତାଙ୍କ ଘର ବଡ଼ସାଇମରା ପଞ୍ଚାୟତ ଟେଙ୍ଗରା ଗାଁରେ ହୋଇଥିବା ବେଳେ ସେ ପୂର୍ବରୁ ବିବାହିତ ବୋଲି ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ , ଗତ ମାର୍ଚ୍ଚ ୧୮ ତାରିଖରେ ଅଭିଯୁକ୍ତ ଧୀରେନ୍ଦ୍ରର ସମ୍ପୃକ୍ତ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ହାଇଦ୍ରାବାଦର ତେଲେଙ୍ଗାନା ସହରକୁ ନେଇ ଯାଇଥିଲେ । ଅପହୃତା ନାବାଳିକାଙ୍କ ବାପା ମାର୍ଚ୍ଚ ୧୮ ତାରିଖରେ ମୁରିବାହାଲ ଥାନାରେ ଝିଅ ନିଖୋଜ ନେଇ ରିପୋର୍ଟ ଦେଇଥିଲେ । ହେଲେ ଝିଅର ସନ୍ଧାନ ମିଳି ପାରି ନଥିଲା । ଗତ କିଛି ଦିନ ତଳେ ହାଇଦ୍ରାବାଦରୁ ଫେରିଲା ପରେ ଗାଁ ପାଖରେ ନାବାଳିକାଙ୍କୁ ଛାଡ଼ି ଦେଇ ଅଭିଯୁକ୍ତ ଧୀରେନ୍ଦ୍ର ଫେରାର ହୋଇଯାଇଥିଲା ।ବାହାରୁ ଆସିଥିବାରୁ ନାବାଳିକାଜଣଙ୍କ ଗାଁର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । କ୍ୱାରେଣ୍ଟାଇନ୍ ଅବଧି ସାରିଲା ପରେ ଘରେ ପହଞ୍ଚି ବାପାଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ଏନେଇ ନାବାଳିକାଙ୍କ ବାପା ପୁଣି ଥରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗର ତଦନ୍ତ କରି ପୋଲିସ ଧୀରେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.