ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ୍): ବଳାକ୍ରାରକୁ ନେଇ ସାରା ଦେଶରେ ତାତି ଥମିନଥିବା ବେଳେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଗଣବଳାକ୍ରାର । ୧୪ବର୍ଷର ଝିଅକୁ ଗଣବଳାକ୍ରାର କରି ରକ୍ତାକ୍ତ ଅବସ୍ଥାରେ ଛାଡ଼ିଦେଇଛନ୍ତି ଦୁର୍ବୃତ୍ତ । ପରିବାର ଲୋକ ନାବାଳିକାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସୋନପୁର ମେରାଇନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାକର ଘଟଣା । ନାବାଳିକାଙ୍କ ବାପା ବ୍ରହ୍ମପୁର ମହିଳା ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି ।
ନାବାଳିକାଙ୍କ କହିବା ପ୍ରକାରେ ତାଙ୍କ ବାପା ମହିଳା ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । ଅଭିଯୋଗ ପ୍ରକାରେ ୧୦ ତାରିଖ ସକାଳ ଶୌଚ ପାଇଁ ଘର ଠାରୁ କିଛି ଦୂରରେ ଥିବା ଜଳାଶୟକୁ ଯାଇଥିଲେ । ସେଠାରୁ ଜଣେ ଯୁବକ ତାଙ୍କୁ ଉଠାଇ ନେଇଯାଇଥିଲେ । ୪ରୁ୫ଜଣ ଯୁବକ ତାଙ୍କୁ ବଳାକ୍ରାର କରିଥିବା ଅଭିଯୋଗ ହୋଇଛି । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ନାବାଳିକା ଅଭିଯୋଗ କରିଛନ୍ତି । ନାବାଳିକାଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ରଖିବା ପରେ ଦୁର୍ବୃତ୍ତ ମାନେ ତାଙ୍କୁ ଘର ପଛ ବିଲରେ ଫିଙ୍ଗିଦେଇ ଚାଲିଯାଇଥିଲେ । ଶନିବାର ସନ୍ଧ୍ୟାରେ ପରିବାର ଲୋକ ନାବାଳିକାଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ । ପ୍ରଥମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମହିଳା ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି । ମହିଳା ଥାନା ଆଇଆଇସି ଅଞ୍ଜଳି ବିଶ୍ୱାଳ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଅଭିଯୁକ୍ତଙ୍କ ସମ୍ପର୍କରେ ପଚାରିବୁଝିଛନ୍ତି । ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପ୍ରାଥମିକ ରିପୋର୍ଟ କରାଯାଇଥିବା ଆଇଆଇସି ଅଞ୍ଜଳି ବିଶ୍ୱାଳ କହିଛନ୍ତି । ମେରାଇନ୍ ଥାନାରେ ଗଣବଳାକ୍ରାର ନେଇ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର । ସେ କହିଛନ୍ତି ନାବାଳିକା ଜଣକ ସ୍ପଷ୍ଟ ଭାବେ କିଛି କହୁନାହାନ୍ତି । କେତେବେଳେ ଜଣଙ୍କ ନାମ କହୁଛନ୍ତି ତ ଆଉ କେତେବେଳେ ୩ ଜଣଙ୍କ ନାମ କହୁଛନ୍ତି । ତଦନ୍ତ ପରେ ବଳାକ୍ରାର ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ଏସ୍ଡିପିଓ ମହାପାତ୍ର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.