ରାଇରଙ୍ଗପୁର : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଧରା ହେଲେ ନାବାଳକ । ଘଟଣାର ତଦନ୍ତ ଜାରି ରଖିଛି ଗୋରୁମହିଷାଣୀ ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲୁହାଶିଳା ଗ୍ରାମପଞ୍ଚାୟତର ଏକ ଗାଁରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୭ବର୍ଷ ନାବାଳିକା । ପୀଡିତା ନାବାଳିକାଙ୍କ ଘର ଲୋକ ବିଲକୁ କାମ କରିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଏକୁଟିଆ ଖେଳୁଥିବା ଦେଖି ୧୪ ବର୍ଷର ନାବାଳକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲେ । ତେବେ ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।
ନାବାଳକ ଅଭିଯୁକ୍ତକୁ ଗୋରୁମହିଷାଣୀ ପୋଲିସ ଧରିଥିବା ବେଳେ ତଦନ୍ତ ଜାରି ରଖିଛି । ପୀଡିତା ନାବାଳିକାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
Comments are closed, but trackbacks and pingbacks are open.