ନାବାଳିକାଙ୍କୁ ବଳାକ୍ରାର ପରେ ହତ୍ୟା ଘଟଣା:ପୁଲିସ୍ର ତନାଘନା, ଅଭିଯୁକ୍ତଙ୍କ ଟେର ମିଳୁନି

Get real time updates directly on you device, subscribe now.

ହେମଗିର,(ବି.ବି.ନ୍ୟୁଜ୍): ହେମଗିର ଥାନା ଅନ୍ତର୍ଗତ ଗୋପାଲପୁର ନିକଟସ୍ଥ ଜଙ୍ଗଲରୁ ଗତକାଲି ପୁଲିସ୍ ଜଣେ ନାବାଳିକାଙ୍କ ଗଳିତ ମୃତ ଦେହ ପୁଲିସ୍ ଉଦ୍ଧାର କରିଥିଲା । ନାବାଳିକାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ନେଇ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆଜି ମୃତ ପୀଡ଼ିତାଙ୍କ ଗାଁକୁ ଯାଇ ପୁଲିସ୍ ତାଙ୍କ ମାଆଙ୍କ ବୟାନ ନେଇଥିବା ବେଳେ ଘଟଣା ଘଟିଯିବାର ୨୪ ଘଣ୍ଟା ପରେ ବି ଅଭିଯୁକ୍ତଙ୍କ ଟେର ମିଳି ପାରିନାହିଁ ।
ଗୋପାଲପୁରର ଏକ ପଡ଼ାରେ ରହୁଛନ୍ତି ପୀଡ଼ିତାଙ୍କ ପରିବାର । ଚଳିତ ବର୍ଷ ପୀଡ଼ିତା ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଘରେ ବାପାଙ୍କ ଦେହ ସବୁ ବେଳେ ଅସୁସ୍ଥ ରହୁଥିବା ବେଳେ ଦୁଇ ପୁଅ ଓ ସାନ ଝିଅଙ୍କ ପେଟ ପୋଷିବା ଲାଗି ମାଆ ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ୨୩ ତାରିଖ ଦିନ ନାବାଳିକା ଜଣକ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ଘର ଠାରୁ ଥାନା ଅଧିକ ଦୂର ହୋଇଥିବାରୁ ନାବାଳିକାଙ୍କ ମାଆ ଝିଅର ନିଖୋଜ ବିଷୟରେ ଜଣାଇବା ଲାଗି ଘରୁ ବାହାରି ଥିଲେ । ସେ ସମୟରେ ତାଙ୍କୁ ଖବର ମିଳିଥିଲା ଯେ, ତାଙ୍କ ଝିଅର ମୃତ ଦେହ ଜଙ୍ଗଲରୁ ଠାବ ହୋଇଛି । ପୁଲିସ୍ ମୃତ ଦେହକୁ ଜବତ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ କରିଥିଲା । ମାତ୍ର ସେଥିରେ ସଫଳ ହୋଇନଥିଲା । ଅପରପକ୍ଷରେ ପୁଲିସ୍ ଆଜି ପୀଡ଼ିତାଙ୍କ ଗାଁକୁ ଯାଇ ମହିଳାଙ୍କ ବୟାନ ନେବା ସହ କାହାରି ସାଙ୍ଗରେ ତାଙ୍କର ଶତ୍ରୁତା ଥିଲା କି ନାହିଁ ପଚାରି ବୁଝିଥିଲେ । କିଏ ଓ କଣ ପାଇଁ ନାବାଳିକାଙ୍କୁ ବଳାକ୍ରାର ପରେ ହତ୍ୟା କରିଛି ତାହାର ଟିକିନିକି ତଦନ୍ତ କରାଯାଉଛି । ଯେଉଁ ଗାଁରେ ପୀଡ଼ିତାଙ୍କ ଘର ସେଠାରେ ମାତ୍ର ୨/୩ଟି ଘର ରହିଛି । ଆଖପାଖରେ ଆଉ କୌଣସି ଘର ନାହିଁ । ପୁଲିସ୍ ଘଟଣାକୁ ଗୁରୁତର ସହିତ ନେଇ ତନାଘନା ଚଳାଇଥିବା ଜଣାପଡ଼ିଛି । ଆଜି ମୃତ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ତଣ୍ଟିଚିପି ନା ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons