ନାବାଳିକାଙ୍କୁ ବଳାକ୍ରାର ପରେ ଜାଳିଦେଲେ

Get real time updates directly on you device, subscribe now.

ଅଗରତଲା: ହାଇଦ୍ରାବାଦ ଏବଂ ଉନ୍ନାଓରେ ବଳାକ୍ରାର ପରେ ପୀଡ଼ିତାଙ୍କୁ ଜାଳି ଦେଇ ହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ତ୍ରିପୁରାର ଶାନ୍ତିର୍ବଜାରରେ ଘଟିଛି ସମାନ ଢଙ୍ଗର ବୀଭତ୍ସ ଘଟଣା । ଏଠାରେ ଜଣେ ୧୭ ବର୍ଷୀୟା ନାବାଳିକାକୁ ବଳାକ୍ରାର ପରେ ଜାଳି ଦେଇ ହତ୍ୟା କରାଯାଇଛି । ଶନିବାର ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୃତୁ୍ୟ ଘଟିଛି । ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ପଡେ଼ାଶୀ ନାବାଳିକା ପୀଡ଼ିତା ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ପୀଡ଼ିତାର ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ପୀଡ଼ିତାଙ୍କ ପ୍ରେମିକ ଏବଂ ତା’ର ସାଙ୍ଗମାନେ ନାବାଳିକା ଜଣଙ୍କୁ ୨ ମାସ ହେବ ଅପହରଣ ନେଇଥିଲେ । ସେମାନେ ବାରମ୍ବାର ତାକୁ ଗଣ ବଳାକ୍ରାର କରୁଥିଲେ । ଝିଅକୁ ଫେରାଇ ନେବାକୁ ସେମାନେ ୫୦,୦୦୦ ଟଙ୍କା ଦାବି କରୁଥିଲେ । କିନ୍ତୁ ପରିବାର ଲୋକ ଆର୍ଥିକ ସମସ୍ୟା ହେତୁ ଶୁକ୍ରବାର ୧୭,୦୦୦ ଟଙ୍କା ଦେବା ସହ ପଛରେ ଅନ୍ୟ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ କ୍ରୋଧାନ୍ୱିତ ହୋଇ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପୀଡ଼ିତାର ପ୍ରେମିକ ଏବଂ ତା’ର ମା’ ତାକୁ ନିଆଁ ଲଗାଇ ମାରି ଦେବାକୁ ଚେଷ୍ଟା କରିଥିଲେ । ତାଙ୍କ ଝିଅକୁ ଅପହରଣ କରାଯାଇ ବଳାକ୍ରାର କରାଯାଉଛି ବୋଲି ଜଣାଇ ପୀଡ଼ିତାଙ୍କ ପରିବାର ଲିଖିତ ଅଭିଯୁକ୍ତ କରିଥିଲେ । କିନ୍ତୁ ପୁଲିସ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସେ ତାଙ୍କ ଝିଅକୁ ହରାଇଥିବା ପ୍ରକାଶ କରିଛନ୍ତି ।
ଅଭିଯୁକ୍ତର ପଡେ଼ାଶୀ ପୀଡ଼ିତାକୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ସେମାନେ ଅଭିଯୁକ୍ତ ଏବଂ ତା’ର ମା’କୁ ମଧ୍ୟ କାବୁ କରି ଡାକ୍ତରଖାନା ନେଇଥିଲେ । ସ୍ଥାନୀୟ ଲୋକ ସେଠାରେ ସେମାନଙ୍କୁ ଭିଡ଼ ଆକ୍ରମଣ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉଭୟଙ୍କୁ ଗିରଫ କରିଥିଲା । ପୁଲିସ ମୁତାବକ, ନାବାଳିକା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ସୋସିଆଲ ମିଡିଆରେ ସାକ୍ଷାତ ହୋଇଥିଲା । ପରେ ଅଭିଯୁକ୍ତ ଜଣକ ବିବାହ ନିମନ୍ତେ ପ୍ରସ୍ତାବ ରଖିଥିଲା । କିନ୍ତୁ, ନାବାଳିକା ବିବାହ ନିମନ୍ତେ ମନା କରିବାରୁ ସେ ତାଙ୍କୁ ଅପହରଣ କରି ନେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons